ସାକ୍ଷୀଗୋପାଳ ଅଁଳାନବମୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ପ୍ରଶାସନ; ବେଆଇନ ହୋଡିଂ, ରାସ୍ତା ରୁ ଜବରଦଖଲ ଉଛେଦ
ସାକ୍ଷୀଗୋପାଳ--- ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ଅଁଳାନବମୀ ଯାତ୍ରା ପାଇଁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ବେଆଇନ ହୋଡିଂ ସହରାସ୍ତାକୁ ଜବର ଦଖଲ କରିଥିବା ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ସତ୍ୟବାଦୀ ତହସିଲ ଓ ଥାନା ପକ୍ଷରୁ ଉଛେଦ ଆରମ୍ଭ କରାଯାଇଛି । ବିଶେଷ କରି ସତ୍ୟବାଦୀ ଥାନା ପକ୍ଷରୁ ଏ ସମ୍ପର୍କରେ ସମସ୍ତ ବ୍ୟବସାୟୀ ମାନଙ୍କୁ ଅବଗତ କରାଯାଇଥିଲା । ଆଜି ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ କରିଡା, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତକ ବେହେରାଙ୍କ ଉପସ୍ଥିତିରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ବେଆଇନ ଭାବେ ରାସ୍ତା ଉପରେ ଥିବା ହୋଡିଂ ସହ ବିଭିନ୍ନ ବ୍ୟବସାୟୀ ମାନେ କରିଥିବା ଚାଳି ଗୁଡିକ ଉ୍େଛଦ କରାଯାଇଛି । ସବୁଠାରୁ ବଡ କଥା ହେଲା ଅନେକ ଦିନ ହେବ ଅଚଳ ହୋଇପଡିଥିବା ଟେଲିଫୋନ ଖୁଣ୍ଟୁ ଗୁଡିକ ରାସ୍ତା ଉପରୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ଯାହାକୁ ସ୍ଥାନୀୟ ଜନସାଧାରଣ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସେହିପରି ମନ୍ଦିର ନିକଟରେ ଥିବା କିଛି ଦେକାନ ଗୁଡିକ ତୁରନ୍ତ ଉଠାଇ ନେବା ସହ ରାସ୍ତା ଉପରକୁ ମାଡି ଆସିଥିବା ଚାଳି ତୁରନ୍ତ ହଠାଇବା ପାଇଁ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହି ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି ବ୍ୟବସାୟୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୦/୨୦୨୫---୧୦,୨୫ Sakhigopal News, 17/10/2025