Breaking News

ବିସ୍ଫୋରକ ସାମଗ୍ରୀ ରଖିବା ଓ ତିଆରି କରିବାର ଅଭିଯୋଗରେ ଜଣେ ଗିରଫ

 

। ସାକ୍ଷୀଗୋପାଳ ----ସତ୍ୟବାଦୀ ଥାନା ଅଧୀନ ଅଞ୍ଚଳରେ ଅବୈଧ ଭାବରେ ଆତସବାଜି ତିଆରିକରିବା  ଓ ରଖିବା ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି । ସତ୍ୟବାଦୀ ଥାନା କେଶ ନ ୩୬୪/୨୫ ରେ ବି.ଏନ.ଏସ. ଧାରା ୨୮୮ ଓଡିଶା ଫାୟାରୱର୍କସ୍ ଏବଂ ଲାଉଡସ୍ପିକର ଆକ୍ଟ ଧାରା ୫, ଏବଂ ଇଣ୍ଡିଆନ୍ ଏକ୍ସପ୍ଲୋସିଭ୍ସ ଆକ୍ଟ ଧାରା ୯ (ବି) ଅନୁଯାୟୀ ମାମଲା ରଜିଷ୍ଟ୍ର ହୋଇଛି । ଏହି ମାମଲାରେ ଅଭିଯୁକ୍ତ ଭାବରେ ସୁସାନ୍ତ କୁମାର ବେହେରା (ବୟସ 45), ପିତା ଅଦୈତ ବେହେରା, କଳାପାହାଡ଼, ସତ୍ୟବାଦୀ, ପୁରୀ, ଙ୍କୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତଙ୍କୁ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ରଖିବା ଓ ତିଆରି କରିବା ଅଭିଯୋଗରେ ଗିରଫ କରାଯାଇଛି । ପୁରୀ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ — ଆଗାମୀ ପର୍ବ ପର୍ବାଣୀ ସମୟରେ ଅନୁମୋଦିତ ଆତସବାଜି ବ୍ୟତୀତ ଅନ୍ୟାନ୍ୟ ବିସ୍ଫୋରକ ଜିନିଷ ବ୍ୟବହାର କରନ୍ତୁ ନାହିଁ । ଅବୈଧ କାରଖାନା ବା ମାଗଜିନ ସମ୍ପର୍କରେ ତଥ୍ୟ ପାଇଲେ ନିକଟସ୍ଥ ଥାନା କିମ୍ଭା ୧୧୨କୁ ତୁରନ୍ତ ଜଣାଇବାକୁ ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଜଣ ସାଧାରଣଙ୍କୁ ନିବେଦନ କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୫----୧୦,୧୫ Sakhigopal News,17/10/2025

Blog Archive

Popular Posts