ଅଁଳାନବମୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ , ପାଦ ଛୁଇଁବାକୁ ବାରଣ
ସାକ୍ଷୀଗୋପାଳ , ସାକ୍ଷୀଗୋପିନାଥ ଦେବଙ୍କର ଆସନ୍ତା ୧୭ ତାରିଖରେ ଅଁଳାନବମୀ ପର୍ବ ପାଳନ ହେବ । ପୁରୀ ଜିଲ୍ଳାରେ ଏହା ଦୂତୀୟ ଗଣ ପର୍ବ ଭାବରେ ଜଣାଶୁଣା ।ପ୍ରବିତ୍ର କାର୍ତ୍ତିକ ମାସ ନବମୀ ତିଥିରେ ମା ରାଧା ଓଡିଆଣୀ ବେଷରେ କାନିକଛା ମାରି ଦର୍ଶନ ଦେବେ । ଏଣୁ ତାଙ୍କର ପାଦ ଦୁଇଟି ଦିଶିବ । ଏଣୁ ଏହି ଅମୃର୍ଲ ପାଦ ଦର୍ଶନପାଇଁ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କର ଗହଳି ଲାଗିବ । ଏହାକୂ ନଜର କରି ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ଓଜିଲ୍ଳା ପ୍ରଶାସନ ର ମିଳିତ ସମନ୍ନୟ ବୈଠକ ପାନ୍ଥଶାଳା ପରିସରରେ ଅନୁଷ୍ଠିତ ହୋଇଥିଲା ।ମନ୍ଦିର କାର୍ଯ୍ଯନିବାହି ଅଧିକାରୀ କୌଳାସ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ଧନ୍ୟବାଦ ଦେଇଥିଲେ । ବିଧାୟକ ଉମାକାନ୍ତ ସାମନ୍ତରାୟ ଅଧ୍ଯକ୍ଷତା କରିଥିବା ବେଳେ ଦେବୋତ୍ତର କମିଶନର ଗିରୀଜା ପ୍ରସାଦ ଦତ୍ତ, ଜିଲ୍ଳାପାଳ ଜ୍ଯୋତି ପ୍ରକାଶ ଦାଶ, ଏଡିଏମ ବିନୟ କୁମାରମିଶ୍ର,ଉପଜିଲ୍ଳାପାଳ ଭବ ତାରଣ ସାହୁ, ଅତିରିକ୍ତ ଏସପି ପ୍ରତାପ କୁମାର ସ୍ବାଇଁ ,ଏସଡିପିଓ ଦିଲୀପ କୁମାର ତ୍ରିପାଠୀ ,ଆଇଆଇସି ଜ୍ଯୋତି ପ୍ରକାଶ ସ୍ବାଇଁ , ବିଡିଓ ଡ, ଗୌରବ ମୟ ପ୍ରଧାନ, ତହସିଲଦାର କସ୍ତୂରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।ବିଶେଷକରି ଦେବନୀତି,ଆଇନ ଶୃଙ୍କଳା ଓଯାନବାହନ ନିୟନ୍ତଣ,ଅଗ୍ନିଶମ, ବ୍ଯାରିକେଟ ନିର୍ମାଣ,ରାସ୍ତା ମରାମତି ,ବିଦ୍ଯୁତ ,ପାନୀୟ ଜଳ,ସ୍ବାସ୍ଥ୍ଯ,ସଫେଇ ,ସେବା ଶୀବିର,ସାଂସ୍କୃତିକ କାର୍ଯ୍ଯକ୍ରମ ସମ୍ପର୍କରେ ବିଭାଗୁୟ ଅଧିକାରି ମାନଙ୍କ ସହ ଆଲେଚନା ହୋଇଥିଲି ।ଏହି ଯାତ୍ରାରେ ପଲିଥିନି ବନ୍ଦ କରାଯିବ, ଭିଆଇପି ପାସ ବନ୍ଦ ସହିତ ଠାକୁରାଣୀ ମା ରାଧାଙ୍କୁ ଛୁଇଁବା ନିଷେଧ କରିବା ପାଈଁ ଜିଲ୍ଳାପାଳ କହିଥିଲେ । ଏହାକୁ ନେଇ ମନ୍ଦିର ସେବାୟତ ସଂଘର ସଭାପତି ଲିଙ୍ଗରିଜ ମହାପାତ୍ର,ସମ୍ପାଦଖ ଦିବାକର ମହାପାତ୍ର ,ମନ୍ଦିର ଟ୍ରଷ୍ଟୀ ବିଜୟ କୁମାର ମହାପାତ୍ର ବିରୋଧ କରିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ବ୍ଳକ ଅଧ୍ଯକ୍ଷା ସସ୍ମିତା ପ୍ରଧାନ, ଜିଲ୍ଳାପରିଷଦ ସଭ୍ଯ ପ୍ରହଲ୍ଳାଦ ଘଟୁଆରୀ , ସମାଜସେବି ଶଙ୍କର ପ୍ରଧାନ,ସୁରେଶ କୁମାର ସାହୁ, ଦୁଗଲ ସରପଞ୍ଛ ପ୍ରକିଶ ଖଟେଇ ପ୍ରମୁଖ ଈପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି