ରାସପୂର୍ଣ୍ଣମୀରେ ସାକ୍ଷୀଗୋପିନାଥ ରାଜରାଜେଶ୍ବର ବେଶରେ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ
ସାକ୍ଷୀଗୋପାଳ--- କାତ୍ତିକପୂର୍ଣ୍ଣମୀ ବା ରାସପୂର୍ଣ୍ଣମୀରେ ସାକ୍ଷୀଗୋପାଳର ସାକ୍ଷୀଗୋପିନାଥ ରାଜରାଜେଶ୍ୱର ବେଶ ଦେଖିବା ପାଇଁ ମନ୍ଦିରରେ ଗହଳି ଲାଗିଥିଲା । ଆଜି ହେଉଛି କାତ୍ତିକମାସର ଶେଷ ଦିନ । ଆଜିର ଦିନରେ ଆମ ରାଜ୍ୟର ବଣିକ ବା ସାଧବପୁଅ ମାନେ ବେପାର ବାଣିଜ୍ୟ କରିବା ପାଇଁ ନଦୀରେ ଡଙ୍ଗା ସାହାର୍ଯ୍ୟରେ ବିଦେଶକୁ ଗସ୍ତ କରିଥିଲେ । ଏହାକୁ ବି ମନେପକାଇ ବା କାତ୍ତିକପୂଣ୍ଣମିରେ ନଦୀରେ ଡଙ୍ଗା ଭସା ଯାଇଥାଏ । ଭୋରୁ ଉଠି ନିଜର ନିତ୍ୟକର୍ମ ସାରି ବିଭିନ୍ନ ନଦୀ, ନାଳ, ତୀର୍ଥ ପୁଷ୍କରଣୀ ମାନଙ୍କରେ ଲୋକମାନେ କଦଳୀ ଭାସୁଙ୍ଗାରେ ତିଆରି ଡଙ୍ଗା, ଶୋଲ , କାଗଜ ଡଙ୍ଗା ସୁସଜିତ କରି ଭସାଇଥିଲେ । ଫୁଲ, ଅରୁଆଚାଉଳ,ରାଶି, ଦୁବ, ବରକୋଳିପତ୍ର, ଧୁପ, ଦୀପ, ପାନ, ଗୁଆ ,ଭୋଗ ଆଦି ଥୋଇ ବନ୍ଦାପନା କରି ନଦୀରେ ଭସାଇବା ସମୟରେ ଆକା ମା ବୋଇ, ପାନ, ଗୁଆ ଥୋଇ, ମାସକ ଯାକ ଧର୍ମ ମୋର, ପାନ ଗୁଆ ତକ ତୋର ବୋଲି କହିଥାଆନ୍ତି । ସେହିପରି ସାକ୍ଷୀଗୋପାଳ ମନ୍ଦିର ସକାଳ ୫ଟାରେ ଠାକୁରଙ୍କ ଦେବନୀତି ସରିବା ପରେ ସାହାଣ ମେଳା ଦର୍ଶନ ହୋଇଥିଲା ଏଥିରେ ସାକ୍ଷୀଗୋପିନାଥ ରାଜରାଜେଶ୍ୱର ବେଶରେ ହାତରେ ସ୍ୱର୍ଣ୍ଣର ବଂଶୀ ସାଙ୍ଗକୁ ମସ୍ତକରେ ସୁନାର କୀରଟି , ସେହିପରି ମା ରାଧା ବିଭିନ୍ନ ସୁନାର ଅଳଙ୍କାରରେ ସୁସଜିତ ହୋଇ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ । ସେବାୟତ ମାନେ ଶ୍ରଦ୍ଧାଳୁ ମାନଙ୍କୁ ତୁଳସୀ ପ୍ରସାଦ ଭାବରେ ପ୍ରଦାନ କରିଥିଲେ । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସକାଳୁ ପୂବାହ୍ନ ପର୍ଯ୍ୟନ୍ତ ଜନ ଗହଳି ଲାଗିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Rasa Purnimare Sakhigopinath rajarajeswar besare darshan kale satadhika sradhalu
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Rasa Purnimare Sakhigopinath rajarajeswar besare darshan kale satadhika sradhalu
News By - Dhirendra Senapati ( Sakhigopal )
Sakhigopal News