Breaking News

ମଣ୍ଡଳ ସ୍ତରୀୟ ଲିଖିତ କୁଇଜ ପରୀକ୍ଷା

 ସାକ୍ଷୀଗୋପାଳ  -- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ମଣ୍ଡଳ ସ୍ତରୀୟ ଶକ୍ତି ସଂରକ୍ଷଣକୁ ନେଇ ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ମ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ  । ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୭୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ  । ୫୦ ମାର୍କ ପ୍ରଶ୍ନଉତ୍ତର ରଖାଯାଇଥିବା ବେଳେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନ୍ନେଷ ମହାପାତ୍ର ୩୦ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ଛାତ୍ର ଆନନ୍ଦ ମହାପାତ୍ର ୨୮ ମାର୍କ ରଖି ଦ୍ୱତୀୟ ସ୍ଥାନ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମନସ୍ୱିନୀ ପଣ୍ଡା ୨୭ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ତିନିଜଣ ଜିଲ୍ଲା ସ୍ତରରେ ହେବାକୁ ଥିବା କୁଇଜ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ଓ ଶିକ୍ଷକ ସତ୍ୟବାଦୀ ଦାଶ, ମନୋଳଞ୍ଜନ ନାଥ, ସୁଚିତ୍ର ଖଟେଇ, ଶିକ୍ଷୟତ୍ରୀ ସୌଦାମିନି ନାୟକ, ବୈଜୟନ୍ତୀ ମିଶ ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ  । ଯୋଗଦେଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବା ପରେ ମିଷ୍ଠାନ ବଣ୍ଟନ କରାଯାଇଥିଲା  ।
ସାକ୍ଷୀଗୋପାଳରୁ - ଧୀରେନ୍ଦ୍ର ସେନାପତି
Mandal Stariya likhita quize parikhya
News By - Dhirendra Senapati ( Satyabadi Boy's High School, Sakhigopal )
Sakhigopal News 

Blog Archive

Popular Posts