Breaking News

ଅରିଶଲ ପଞ୍ଚାୟତ ସଫା କଲା ବିଜୁ ଯୁବ ବାହିନୀ

ଡେଲାଙ୍ଗ-----ଡେଲାଙ୍ଗ ବ୍ଳକର ଅରିଶଲ ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପଞ୍ଚାୟତ କାଯର୍୍୍ୟାଳୟ ପରିସର , ମନ୍ଦିର, ବିଦ୍ୟାଳୟ ପରିସର ସହିତ ଗ୍ରାମ୍ୟ ରାସ୍ତା ସଫା ସୁତରା କରାଯାଇଥିଲା  । ବିଜୁ ଯୁବ ବାହିନୀର ସଭାପତି ସୌମ୍ୟ ରଂଜନ ରାଉତ ଓ ସମ୍ପାଦକ ସତ୍ୟବାନ ପ୍ରଧାନ ଏହି ସଫେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ  । ବିଜୁ ଯୁବ ବାହିନୀର ସଦସ୍ୟ ମାନେ ହାତରେ ସ୍ୱଚ୍ଛତା ହିଁ ସ୍ୱଚ୍ଛତା ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କୋଷାଧ୍ୟକ୍ଷ ପ୍ରଦୀପ୍ତ ଖଟାଇ କହିଥିଲେ  । ଏହି ବାର୍ତ୍ତା ଯେପରି ପଞ୍ଚାୟତର ସମସ୍ତ ପରିବାରଙ୍କ ପାଖରେ ପହଞ୍ଚିବା ସହ ଅରିଶଲ ପୁରୀ ଜିଲ୍ଲାରେ ସ୍ୱଚ୍ଛତା ପାଇଁ ଏକ ନମ୍ବର ହେବ ସେଥିପାଇଁ ଉଦ୍ଦ୍ୟମ ଜାରି ରହିଛି ବୋଲି ସଭାପତି ସୌମ୍ୟ ରଂଜନ ରାଉତ କହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Arisala panchayata Safa kala biju juba bahini
News By - Dhirendra Senapati ( Delanga )
Sakhigopal News

Blog Archive

Popular Posts