ଦୁଇଟି ରାସ୍ତାର ଶିଳାନ୍ଯାସ କଲେ ବିଧାୟକ
ସାକ୍ଷୀଗୋପାଳ--- ସତ୍ୟବାଦ୍ୟ ବ୍ଳକର ଅଳଗୁମ ଠାରେ ଦୁଇଟି ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଏହି ରାସ୍ତା ଦୁଇଟି ଆରଡି ଅଧିନରେ ରହିଛି । ଏହି ରାସ୍ତା ଦୁଇଟି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ସାକ୍ଷୀଗୋପାଳ ଅଳଗୁମ ପିଡ୍ୟୁବ ଡି ରାସ୍ତାରୁ ବଉଳସାହି ପର୍ଯ୍ୟନ୍ତ ରାସ୍ତା ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ୨୧ଶହ ମିଟର ପିଚୁ ଓ ୪ଶହ ମିଟର ଗୋଡି ସିମେଣ୍ଟ ଢ଼ଲେଇ କରାଯିବା ପାଇଁ ସ୍ଥିର କରାଯାଇଛି । ସେହିପରି ବରମପୁର ଠାରୁ ସୁରଜିପୁର ରାସ୍ତା ପାଇଁ ୮୨ଲକ୍ଷ ଟଙ୍କା ବ୍ୟାୟ ବରାଦ ହୋଇଛି । ଏହି ରାସ୍ତାରେ ୪ଶହ ମିଟର ପିଚୁ ରହିଥିବା ବେଳେ ୧୧ଶହ ମିଟର ଢ଼ଲେଇ ରାସ୍ତା ରହିଛି । ଛଅ ମାସ ମଧ୍ୟରେ ଏହି ରାସ୍ତା କାମ ସରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରତି ରାସ୍ତାର ଚଉଡା ପ୍ରାୟ ପିଚୁ କୁ ମିଶାଇ ୬ ମିଟର କରାଯିବ ବୋଲି ସାକ୍ଷୀଗୋପାଳ ଆରଡି ବିଭାଗୀୟ ସହକାରୀ ଯନ୍ତ୍ରୀ ଓକିଲ ମହାପାତ୍ରଙ୍କ ଠାୁର ସୂଚନା ମିଳିଛି । ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ରାସ୍ତାର ଭିତ୍ତିପ୍ରସ୍ଥର ଶୁଭାରମ୍ଭ କରିଛନ୍ତି, ପୁରୀ ସାଂସଦଙ୍କ ପ୍ରତିନିଧି ବିଜନ ମହାପାତ୍ର, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ଓ ଜିଲ୍ଲାପରିଷଦ ସଭ୍ୟା ଚନ୍ଦନ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଯଯାତି କେଶରୀ ରାୟ, ଦେବାଶିଷ ରାୟ, ସୁବାଷ ପ୍ରଧାନ, ସ୍ୱାଧୀନ ଜେନା ପ୍ରମୁଖ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Duiti rastara silanyasa kale bidhayak
News By - Dhirendra Senapati ( Sakhigopal )
Sakhigopal News