ବାଲିଗୁଡା ପୋଲିସର ଜନ ସମ୍ପର୍କ ଶିବିର
ବାଲୀଗୁଡା----ବାଲିଗୁଡା ଥାନା ପକ୍ଷରୁ କୁଟିକିଆ ପଞ୍ଚାୟତର ବକାରିମୁଣ୍ଡା ଖେଳପଡିଆରେ ବାଲିଗୁଡା ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ନେତୃତ୍ବରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟହେଲା ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବା । ଯୁବଗୋଷ୍ଠୀ ମାଓବାଦୀଙ୍କ ଉପରେ ଭରସା ନକରି ପୋଲିସ ଉପରେ ଆସ୍ଥା ରଖିବା ।। ଏହି ଶିବିରରେ ବୃଦ୍ଧ,ବୟସ୍କ,ଅସହାୟ ମାନଙ୍କୁ ପୋଲିସ ତରଫରୁ କମ୍ବଳ,ମଶାରୀ,ଲୁଗାପଟା ବଣ୍ଟନ ସହିତ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରୋଗିମାନଙ୍କୁ ଔଷଧ୍ଯ ପ୍ରଦାନ କରାଯାଇଥିଲା । ଯୁବ ଗୋଷ୍ଠିକୁ ଫୁଟବଲ,ଭଲିବଲ,ନେଟ ଭଳି ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଡି ଏସ ପି ସୁନାରାମ ହେମ୍ରମ୍ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମାଓ ପ୍ରବଣ ଇଲାକାରେ ଥାନା ଅଧିକାରୀଙ୍କ ଜନସମ୍ପର୍କ ପଦକ୍ଷେପକୁ ସ୍ଥାନୀୟ ସରପଞ୍ଚ ଦୟାନିଧୀ ମଳିକ ଓ ସ୍ଥାନୀୟ ପଞ୍ଚାୟତବାସୀ ପ୍ରସଂଶା କରିଥିବା ବେଳେ ପୋଲିସ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଏହି ଶିବିରରେ ଛଅଖଣ୍ଡ ପଞ୍ଚାୟତର ଲୋକମାନେ ଓ ବିଜୁ ଯୁବବାହିନିର କର୍ମକତ୍ତା ମାନେ ଯୋଗଦେଇଥିଲେ ।
ବାଲିଗୁଡାରୁ ବନମାଳୀ ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା ।
ବାଲିଗୁଡାରୁ ବନମାଳୀ ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା ।
Baliguda police ra janasamparka sivira
News By - Banamali Pradhan ( Baliguda ) Manoj Panda ( Kandhamala )
Kandhamala News