Breaking News

ସୁଆଣ୍ଡୋ ରାସ୍ତାର ଭୁମିପୂଜା କଲେ କୃଷି ଓ ପଞ୍ଚାୟତରାଜ ମନ୍ତୀ

ସାକ୍ଷୀଗୋପାଳ ---- ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋକୁ ଭଲ ରାସ୍ତା ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା । ଗୁରୁବାର ଦିନ କୃଷି ଓ ପଞ୍ଚାୟତରାଜ ମନ୍ତୀ ପ୍ରଦୀପ ମହାରଥୀ ଓ ସ୍ଥିନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଭୁମିପୂଜା କରିଛନ୍ତି । ଏହି ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ରହିଛି । ସ୍ଥାନୀୟ କଳାପାହଡ ଠାରୁ ପାର୍ବତୀପୁର ପର୍ଯ୍ଯନ୍ତ ପ୍ରାୟ ୩.୭୨୦ କି.ମି ରାସ୍ତା ପାଇଁ ୧.୮୦ଲକ୍ଷଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବଳଙ୍ଗା ଉପଖଣ୍ଡ ଅଧୀକାରି ଲକ୍ଷ୍ମୀଧର ବିଶ୍ବାଳଙ୍କ ଠାରୁ ପ୍ରକାଶ । ଏହିରାସ୍ତା କାମ ୪ମାସ ମଧ୍ଯରେ ଶେଷହେବ ବୋଲି ବିଭାଗୀୟ ନିର୍ବିହୀ ଯନ୍ତୀ ଶଶିଭୂଷଣ ମିଶ୍ରଙ୍କ ଠାରୁ ପ୍ରକାଶ । ରାସ୍ତାଟି ୩.୬ ମିଟର ଓସାରରେ ପିଚୁ କରିଯିବା ସହ ୬ ଶହ ମିଟର ପଥର ପ୍ଯାକିଙ୍ଗି କରାଯିବା ସହ ଓ କଳାପାହଡ ଠାରେ କଲଭଟ ପରିବର୍ତ୍ତନ କରିଯିବ ବୋଲି କନିଷ୍ଠ ଯନ୍ତୀ ବିରଞ୍ଚି କୁମାର ସେନାପତିଙ୍କ ଠାରୁ ସୁଚନା ମିଳିଛି । ବ୍ଳକ ଅଧ୍ୟକ୍ଷ ସସ୍ମିତା ପ୍ରଧାନ , ଜୀଲ୍ଳା ପରିଷଦ ସଭ୍ଯ ପ୍ରହଲ୍ଳାଦ ଘଟୁଆରି, ଧୁବ ଚରଣ ଦାଶ , ଉପଧ୍ଯକ୍ଷ ବିକ୍ରମ ଜେନା, ଆତ୍ମିର ସଭାପତି ବେବିଲାଲ ମିଶ୍ର , ସରପଞ୍ଚ ରଶ୍ମୀତା ପ୍ରଧାନ , ବାସନ୍ତି ବେହେରା ,ନିରଞ୍ଜନ ମାହାରି ଓସମୀତୀ ସଭ୍ୟସଭ୍ଯାଙ୍କ ସହ ଶଙ୍କର ପ୍ରଧାନ ଓସୁରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
suando rasta ra bhumipuja kale krushi o panchayatraj mantri pradip maharathi
by dhirendra senapati
sakhigopal news

Blog Archive

Popular Posts