Breaking News

ବଣିବକ୍ରେଶ୍ବର ଦେବଙ୍କ ପୀଠରେ କାର୍ତ୍ତିକ ମେଳା

ଡେଲାଙ୍ଗ---  ଡେଲାଙ୍ଗ ବ୍ଳକ ସ୍ଥିତ  କୁଆପଦା ଗ୍ରାମରେ ଥିବା ପୁରାତନ ଶୈବପୀଠ ବଣିବକ୍ରେଶ୍ୱରଙ୍କ ପୀଠରେ  କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପାରମ୍ପାରିକଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  କୁଆପଦା ଗ୍ରାମ୍ୟ କମିଟି ଓ ମନ୍ଦିର ସେବାୟତଙ୍କ ସହଯୋଗରେ ରାତିରୁ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବା ପରେ ଭୋର ୫ଟାରେ ସାହାଣ ମେଳା ଦର୍ଶନ କରାଯାଇଥିଲା  । ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ  । ବେଳପତ୍ର, ଫୁଲ, ଦୀପ, ଧୂପ ସହ ଖଇ, କୋରା, କଦଳୀ, ନଡିଆ, ଫଳମୂଳ ଭୋଗ କରିବା ସହ ଚୁଡାଘଷା କରିଥିଲେ  । ସେହିପରି କେତେକ ମାନସିକ ଭୋଗ କରାଯାଇଥିବାର ଦେଖାଯାଇଥିଲା  । ଏହି ଅବସରରେ ଘୋରଡିଆ ବିଦ୍ୟାଳୟର ସ୍କାଉଟ,ଛାତ୍ର ଛାତ୍ରୀ ମାନେ  ଶାନ୍ତିଶୃଙ୍ଖଳା ରକ୍ଷା କରାଇଥିଲେ  । ଏହି ଅବସରରେ ମେଳନ ପଡିଆ ପରିସରରେ ଏକ ଅସ୍ଥାୟୀ ମେଳା ବଜାର ବସିଥିଲା  । ଏଥିରେ ଘର ଉପକରଣ, ଜଳଖିଆ, ପାନ ଦେକାନ, ପରିବା ଦେକାନ ସହିତ ବିଭିନ୍ନ ସାମଗ୍ରୀ ମେଳାରେ କିଣା ବିକା ଲାଗିଥିଲା  । ମେଳା ବଜାରରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଗହଳି ଲାଗିଥିଲା  ।  ରାତିରେ   ବିଭିନ୍ନ ସାଂସ୍ଳୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା  । ଜନଗହଳି ନର୍ଜର କରି ସେଠାରେ ଡେଲାଙ୍ଗ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଥାନା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ  ।   
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  
Banibakreswara devanka pithare kartika mela
News By - Dhirendra Senapati ( Delanga )
Sakhigopal News

Blog Archive

Popular Posts