ସତ୍ୟବାଦୀ ବିଜୁ ଜନତା ଦଳ ପକ୍ଷରୂ ରକ୍ତଦାନ ଶିବିର
ସାକ୍ଷୀଗୋପାଳ--- ସତ୍ୟବାଦୀ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଉକୂଳମଣି ଗୋପବନ୍ଧୁ ସ୍ମୁତି ମହାବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ , ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ସୁବାସିତ ଖୁଣ୍ଟିଆ ଜୀବନ ବିନ୍ଦୁ ପୁରୀ ଜିଲ୍ଳା ସଂଯୋଜକ ବିଜୁ ଜନତା ଦଳ, ଜିଲ୍ଳା ପରିଷଦ ସଭ୍ୟ୍ ପ୍ରହଲ୍ଳାଦ ଘଟୁଆରୀ, ଧୃବ ଚରଣ ଦାଶ ,ବିଜୁ ଯୁବ ବାହିନିର ବ୍ଳକ ସଂଯୋଜକ ଅମୂଲ୍ୟ୍ ମୋହନ ଷଡଙ୍ଗୀ, ସମାଜସେବୀ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ସାମନ୍ତରାୟ ଉଦଘାଟନ କରିଥିଲେ । ବିଜୁ ଯୁବ ବାହିନୀର ଶତାଧିକ ଯୁବକ ମାନେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଆଗେଇ ନେବା ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ସେହିପରି ବିଭିନ୍ନ ପଞ୍ଚାୟତର ସରପଞ୍ଚ ,ସମିତିସଭ୍ଯ ଓ ଜିଲ୍ଳାପରିଷଦଙ୍କ ପ୍ରତିନିଧ ଦେବାଶିଷ ରାୟ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଗରିବ ଲୋକମାନଙ୍କର ଚିକିସ୍ଥା ସମୟରେ ରକ୍ତ ଅଭାବ ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବିନ୍ଦୁ ନାମରେ ରକ୍ତଦାନ ଶିବିର ଆରମ୍ଭ କରିଛନ୍ତି । ଆଜି ସତ୍ୟବାଦୀ ବ୍ଳକ ପ୍ରାୟ ଏକ ହଜାର ୟୁନି୍ଟି ରକ୍ତ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି । ରକ୍ତ ସଂଗ୍ରହ କରିବା ପାଇଁ କଟକ,ଭୁବନେଶ୍ବର ଓ ପୁରୀ ରକ୍ତ ଭଣ୍ଡାରର ଡାକ୍ତର ଓ ଅଧିକାରୀ ମାନେ ରହିଛନ୍ତି। ରକ୍ତ ସଂଗ୍ରହ କରାଯିବା ସହ ରକ୍ତର ଗ୍ରୁପ୍ ଓ ପ୍ରମାଣ ପତ୍ର ଯୋଗାଇ ଦିଆଯାଉଛି । ସେହିପରି ରକ୍ତ ଦେବା ପରେ ଯୁବକ ,ଯୁବତୀ ଓ ମହିଳା ମାନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଟୋପି ଓ ଗଞ୍ଜି ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ପ୍ରିନିସିପାଲ ପ୍ର, ରାଜେନ୍ଦ୍ର କୁମାର ଚକ୍ର, ଭାଇସି ପ୍ରିନିସିପାଲ ନିହାର ରଞ୍ଜନ ଦାସ ଓ ହେଡକ୍ଳର୍କ ରାଜ କିଶୋର ପତିଙ୍କ ତତ୍ୱବଧାନରେ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଯଯାତି କେଶରୀ ରାୟ, ସୁବାଷ ପ୍ରଧାନ, ସ୍ୱାଧୀନ ପ୍ରଧାନ,ଆତ୍ମାର ସଭାପତି ବେବୀଲାଲ ମିଶ୍ର ,ଆଳିସ ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀର ସମ୍ପାଦକ ତାପସ ରଞ୍ଜନ ପରିଡା ଓ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Satyabadi biju janata dala pakhyaru rakta dana sibira
By - Dhirendra Senapati
Sakhigopal News
Mob - 9778050895