Breaking News

ସତ୍ଯବାଦୀରେ ବିଞାନ ମେଳା ଉଦଯାପିତ

ସାକ୍ଷୀଗୋପାଳ ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦ୍ ଯାପିତ ସଭାରେ ମୁଖ୍ୟ ଅତିଥି ଭାବରେ ବ୍ଳକ ଅଧ୍ୟାକ୍ଷା ସସ୍ମିତା ପ୍ରଧାନ ଯୋଗଦେଇ ବିଜ୍ଞାନ ଆମର ଏକ ଅଙ୍ଗ ବୋଲି କହିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବରେ ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ବିଜ୍ଞାନକୁ ଆମେ ଯେପରି କାର୍ଯ୍ୟରେ ଲଗାଇବା ସେ ସେପରି କାର୍ଯ୍ୟ କରିବ । ଭଲ କାମରେ ଲଗାଇଲେ ଭଳ କାମ କରିବ ଖରାପ କାମରେ ଲଗାଇଲେ ଖରାପ କାମ କରିବ ବୋଲି କହିଥିଲେ   । ସମ୍ମାନୀତ ଅତିଥି ଭାବରେ ବ୍ଳକ ଶିକ୍ଷା ଅଧିକାରୀ ଧୃବ ଚରଣ ଜେନା , ଶିକ୍ଷା ସହକାରୀ ପ୍ରମୋଦା କୁମାରୀ ଦାସ ଓ ବିଦ୍ୟଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ୧୫୪ ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୧୬ଟି ପ୍ରକଳ୍ପ  ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା  । ଅତିଥି ମାନେ ଛାତ୍ର ଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ  । ସିଆରସିସି ବସନ୍ତ ସ୍ବାଇଁ, ଦୀପ୍ତି ରଂଜନ ସାହୁ, କ୍ଷୀରୋଦ କୁମାର ନାୟକ, ପଦୀପ କୁମାର ପଣ୍ଡି ଓ ଶିକ୍ଷକ ସଂଘର ସମ୍ପାଦକ ସୁନିଲ କୁମାର ବେହେରା ଓ ଗାଇଡି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ---ଧୀରେନ୍ଦ୍ର ସେନାପତି

Bigana mela udjapita

Blog Archive

Popular Posts