Breaking News

ଶୌଚଳୟ ଦିବସରେ ପାଇଖାନା ଆବେଦନକାରୀଙ୍କୁ କର୍ମଚାରୀଙ୍କ ବେଖାତିର

କନ୍ଧମାଳରୁ----କନ୍ଧମାଳ ଜିଲ୍ଲାର ବାଲିଗୁଡା ଭଳି ବୃହତ ବିଜ୍ଞାପିତ ଅଞ୍ଚଳରେ ୯ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡିଶା ପାଳନ କରାଯାଉଛି । ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡିଶା, ସୁସ୍ଥ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଭଳି ବିଭିନ୍ନ ସ୍ଲୋଗାନରେ ପ୍ରକମ୍ପିତ ହୋଇ ଉଠିଛି ବାଲିଗୁଡା ବିଜ୍ଞାପିତ ଅଞ୍ଚଳ । ଏପରିକି ଜନସାଧାରଣ ମଧ୍ୟ ସୁସଂଗଠିତ ଓ ସଚେତନ ହୋଇ ଉଠିଛନ୍ତି ।  ଏଭଳି ପରିସ୍ଥିତି ଉପୁଜିଥିବା ଅଞ୍ଚଳରେ ପରଦା ପଛରେ ବହୁ କଥା ଲୁଚି ରହିଛି । ଏହି କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଦେଖା ଦେଇଛି କାର୍ଯ୍ୟାଳଯରେ । ବାଲିଗୁଡା ବିଜ୍ଞାପିତ ଅଞ୍ଚଳରେ କିଛି ଜନସାଧାରଣ ପାଇଖାନା ନିର୍ମାଣ ନିମନ୍ତେ ଆବେଦନ ପାଇଁ ଯାଇଥିଲେ ହେଲେ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା। ବିଜ୍ଞାପିତ ଅଞ୍ଚଳ କାର୍ଯ୍ଯାଳୟରେ କାର୍ଯ୍ୟରତ ମହିଳା କର୍ମଚାରୀ  ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରୁନାହାନ୍ତି । ଏପରି ଘଟଣା ଘଟିଛି ବାଲିଗୁଡା ଅଞ୍ଚଳ ୱର୍ଡ ନଂ. ୧୧ରେ ପଣସପଡି ସାହିର ବାସିନ୍ଦା ଶ୍ରୀ ପ୍ରଫୁଲ୍ଲ ଡାକୁଆ ଏକ ପାଇଖାନା କରିବା ପାଇଁ ଆବେଦନ କରିବାକୁ  ଆସିଥିଲେ । ଶ୍ରୀ ଡାକୁଆଙ୍କ ଆବେଦନ ପତ୍ର ଗ୍ରହଣ କରିନଥିଲେ, ଓଲଟା ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ତାଙ୍କୁ କହିଥିଲେ ଆମର ପାଇଖାନା ତିଆରି ଟାର୍ଗେଟ୍ ହୋଇସାରିଛି ଏବଂ ଆଉ ଆବେଦନ ପତ୍ର ଗ୍ରହଣ କରାଯିବନାହିଁ ।  ଯଦି ଉପରୁ ନିର୍ଦ୍ଦେଶ ଆସିବ ତେବେ ପୁଣି ଆବେଦନ ପତ୍ର ଗ୍ରହଣ କରାଯିବ । ଏହା ଶୁଣି ଶ୍ରୀ ଡାକୁଆ ନିରାଶ ହୋଇ ଫେରିଥିଲେ । ତେବେ ଉପରୁ କେଉଁ ଦିନ ନିର୍ଦ୍ଦେଶ ଆସିବ ଡାକୁଆଙ୍କ ଭଳି ଅନେକ ଆବେଦନକାରୀଙ୍କ ଆବେଦନ ପତ୍ର ଗ୍ରହଣ କରାଯିବ ।  ତାହା ଏବେ  ମୁଖ୍ଯ ପ୍ରଶ୍ନ ପାଲଟିଛି । ସରକାର ପ୍ରତିଶୃତି ଦେଉଛନ୍ତି କି ଆସନ୍ତା 2019 ମସିହା ମଧ୍ଯରେ ସମସ୍ତ ଘରେ ପାଇଖାନା ଥିବ ଏବଂ ସାରା ଦେଶ ସ୍ବଚ୍ଛ, ପରିମଳ ଓ ପରିଚ୍ଛନ ହୋଇଯିବ । ଯଦି ଏହା ସତ୍ୟ ତେବେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳର ଭାଗ୍ୟ କେବେ ବଦଳିବ, ଯିଦଓ ସରକାରୀ କର୍ମଚାରୀ ଜନସାଧାରଣଙ୍କୁ ଏଭଳି ସେବା ଯୋଗାନ୍ତି । ସ୍ଥାନୀୟ ଅଂଚଳରେ ସରକାରୀ କର୍ମଚାରୀଙ୍କ ବେଖାତିର, ବେପାରୁଆ ମନବୃତି କିପରି ସରକାରଙ୍କ ମିଶନକୁ ଆଗକୁ ନେବ ତାହା ଏଠାରେ ସ୍ପଷ୍ଟ ଅନୁମେୟ । ସରକାରୀ କର୍ମଚାରୀଙ୍କ ଏଭଳି ବେଖାତିର କାର୍ଯ୍ୟକୁ ଜନସାଧାରଣ ତିବ୍ର ନିନ୍ଦା କରିବା ସହ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଦାବି କରିଛନ୍ତି । ନଚେତ ବ୍ଯାନର ପୋଷ୍ଟର ସହିତ ସରକାରଙ୍କ ନାଲିଫିତା ତଳେ ଏହି ସ୍ଳୋଗାନ ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡିଶା ଚାପି ହୋଇ ରହିଯିବ । କନ୍ଧମାଳରୁ ମନୋଜ ପଣ୍ଡା
Sauchalaya dibasare paikhana aabedanakarinku karmacharinka bekhatir
By - Manoj Panda ( Kandhamala )
Sakhigopal News

Blog Archive

Popular Posts