ନଅ ଦିନରେ ପହଞ୍ଚିଲା ଜିଆରଏସଙ୍କ ଆନ୍ଦୋଳନ ; ଉନ୍ନୟନ କାର୍ଯ୍ୟ ଠପ
ପିପିଲି----- ସ୍ଥାୟୀ ନିଯୁକ୍ତି ଦାବୀରେ ଆଜିକି ନଅଦିନ ଧରି ଜିଆରଏସ ରାଜ୍ଯ ସଂଘର ଡାକରାକୁ ସମର୍ଥନ କରି ପିପିଲି ବ୍ଳକର ସମସ୍ତ ଜିଆରଏସ ମାନେ ସାମିଲ ହୋଇଛନ୍ତି । ପୁରୀ ଜିଲ୍ଳା ସଂଘର ସଭାପତି ପ୍ରସନ୍ନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏକ ଜରୂରୀ ବୈଠକ ଅନୁଷ୍ଠିତ ହୋଇଥିଲା । ପିପିଲି ଜିଆରଏସ ସଂଘର ସଭାପତି ପ୍ରଦୀପ କୁମାର ସାମଲ କହିଥିଲେ ଆମର ଦାବୀ ସରକାର ଯେତେଦିନ ପର୍ଯ୍ଯନ୍ତ ମାନି ନେଇ ନାହାନ୍ତି ସେତେଦିନ ପର୍ଯ୍ଯନ୍ତ କାର୍ଯ୍ଯବନ୍ଦ ଆନ୍ଦୋଳନ ଜାରି ରହିବ । ଅନ୍ଯ ମାନଙ୍କ ମଧ୍ଯରେ ସଂଘର ସମ୍ପାଦକ ତପନ କୁମାର ପ୍ରଧାନ,କୋଷାଧ୍ଯକ୍ଷ ଜିତେନ୍ଦ୍ର ସ୍ବାଇଁ,ପ୍ରକାଶ ଦାସ, ସରୋଜିନି ଦେଇ, ଅନୁସୟା ଜେନା, ସୁରଥ ନାୟକ,ଦିପ୍ତୁମୟି ମିଶ୍ର ସେବତୀ ସାହୁ ଓ ସୁନୀଲ ମିଶ୍ର ପ୍ରମୂଖ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ ମହାପାତ୍ର
9 Dinare pahanchila GRS nka aandolana Urnayana karya thap
News By - Bijaya Mahapatra
Sakhigopal News
Pipili News