Breaking News

ଗତିଶ୍ବରଦେବଙ୍କ ପୀଠରେ କାର୍ତ୍ତିକମେଳା ଓ ବିଶ୍ବଶାନ୍ତି ମହାଯଞ

ସାକ୍ଷୀଗୋପାଳରୁ-----ସତ୍ୟବାଦୀ ବ୍ଳକ ଅନ୍ତଗର୍ତ ଅଳଗୁମ ଗ୍ରାମର ପ୍ରାଚୀନ ଶୈବପୀଠ ଗତିଶ୍ୱରଦେବଙ୍କ ମନ୍ଦିରରେ ଅଁଳାନବମୀ ଠାରୁ ଆରମ୍ଭ ହୋଇଥିବା ସାତଦିନ କାର୍ତ୍ତିକ ମେଳା ଶବାର ଉଦଯାପିତ ହୋଇଛି । ଏହି ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ବିଶ୍ୱଶାନ୍ତି ମହାରୁଦ୍ରାଭିଷେକ ଯଜ୍ଞର ପୂର୍ଣାହୁତି ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ଯୋଗ, ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ନେଇ ଅଳଗୁମ ଗ୍ରାମ ଚଳ ଚଞ୍ଚଳ ହୋଇଥିଲା । ରୁଦ୍ରାଭିଷେକ ପରିଷଦର ସଦସ୍ୟ ମାନେ ପ୍ରତିଦିନ ସକାଳୁ ମନ୍ଦିର ଚର୍ତୁପାଶ୍ୱର୍ ସଫେଇ କରିଥିଲେ । ଅଁଳାବୃକ୍ଷ ପୂଜା, ଗୋପୁଜନ, ସୂର୍ଯ୍ୟପୂଜା, କାର୍ତ୍ତିକ ପୁରାଣପାଠ, ହରିନାମ କିର୍ତ୍ତନ, ବେଦପାଠ, ବିଷ୍ଣ ସହଶ୍ର ନାମପାଠ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଧନେଶ୍ୱର ତ୍ରିପାଠୀ, କାହ୍ନୁ ଚରଣ କର ପ୍ରମୁଖ ଆହୁତି ପ୍ରଦାନ କରିଥିଲେ । ଷଷ୍ଠବାର୍ଷିକ ମେଳାରେ ପୌରହିତ କରିଥିଲେ ପରିଷଦର ସଭାପତି ପ୍ରଦିପ କୁମାର ପଣ୍ଡା ଓ ପରିଚାଳନା କରିଥିଲେ ସମ୍ପାଦକ ଉପେନ୍ଦ୍ର କମୁାର ପଣ୍ଡା । ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱର ସଂସ୍କୃତି ବିଭାଗ ପକ୍ଷରୁ ବୋଇତ ବନ୍ଦାଣ ଗୀତିନାଟ୍ୟ, ସାମାଜିକ ନାଟକ, ଓଡ଼ିଶୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା  । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା  । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ ରଖି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପାନୀୟଜଳ, ସ୍ୱାସ୍ଥ୍ୟ, ପରିମଳ ଓ ଶାନ୍ତିଶୃଙ୍ଖଳା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା   । ଶୁକ୍ରବାର ରୁଦ୍ରାଭିଷେକ ଯଜ୍ଞର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ପରିଷଦର  ପ୍ରଶାନ୍ତ ବିଶ୍ୱାଳ, ମହେନ୍ଦ୍ର ପଣ୍ଡା, ସଦାଶିବ ନାୟକ, ଡ. ଯୋଗେନ୍ଦ୍ର ନାୟକ, ଅମିନ ପ୍ରଧାନ, କାମଦେବ ଜେନା, ଯଯାତି କେଶର ରିୟ, ସ୍ୱାଧୀନ ପ୍ରଧାନ, ପଞ୍ଚାନନ ବିଶ୍ୱାଳ, ପାଣ୍ଡବ ମହାରଣା, ମନୋରଞ୍ଜନ ପ୍ରଧାନ, ଗଗନ ପ୍ରଧାନଙ୍କ ସମେତ ଅଳଗୁମ ଗ୍ରାମବାସୀ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Gatiswara Dev nka pithare kartika mela o Biswa Santi Maha Jagyan
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts