Breaking News

ଦଳୟୀ ପତକା ନ ଧରିବାରୁ ସରକାରୀ ଯୋଜନାରୁ ବଞ୍ଚିତ

ନିମାପଡା-----   ଯୋଜନା ଏଠି ହାର ମାନିଛି , ଦଳକୁ ସମର୍ଥନ ନ କରିବାରୁ କୈଳାସ ପାଇଁ ସରକାରଙ୍କ ଜନ ହିତକର ଯୋଜନା ସାତ ସପନ ପାଲିଟିଛି । ପଲିଥିନି ତଳେ କଟୁଛି ଜୀବନ । ଏହାର ଜ୍ବଳନ୍ତ ପ୍ରମାଣ ପୁରୀଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ର ଗୋପ ବ୍ଲକ ଗଣେଶ୍ଵରପୁର ଗ୍ରାମପଞ୍ଚାୟତ  ବେଣିପୁର ଗ୍ରାମର କୈଳାଶ ଦାସ (୩୫)   । ସେ ଜଣେ ମାନସିକ ରୋଗୀ  । ତାଙ୍କ ସ୍ତ୍ରୀ ରେବତୀ ଦାସ (୩୩)  ସେ ମଧ୍ଯ ମଧୁମେହ ରୋଗରେ ପିଡିତ । ସାମାନ୍ୟ ଔଷଧ ଖାଇବା ପାଇଁ ଅର୍ଥ ତାଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ । ପରିବାର କହିଲେ  ଦୁଇଝିଅ । ସେମାନଙ୍କୁ ପେଟକୁ ଗଣ୍ଡୋ ଦାନା ପାଇଁ ସେମାନେ ଯାଉଛନ୍ତି  ସ୍କୁଲକୁ । ପାଠ ପଢିବା ବାହାନାରେ ଯାଆନ୍ତି  କେବଳ ଖାଇବାକୁ ଓ ଦୁଇ ହଳ ଡ୍ରୋସ ପାଇଁ ।  ଯୋଉଁଦିନ ସ୍କୁଲ ଛୁଟି ସେଦିନ ଏହି କୋମଳ ମତି ବାଳିକା ଶିଶୁ ଉପାସରେ ରହନ୍ତି । ଭାତ ଗଣ୍ଡାକ ତାଙ୍କ ପାଇଁ ହୋଇଯାଇଥାଏ ସ୍ୱପ୍ନ । ସେ ଦିନ ବୋଉ ସାହି ପଡିଶା ଘରୁ ମାଗିଯାଚି ଯାହା ଆଣିଥାନ୍ତି ଚାରି ପ୍ରାଣୀ ତାକୁ ବାଣ୍ଟି ଖାଇଥାନ୍ତି । ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନାରେ ସେ ୨୦ କିଲୋ  ଚାଉଳ ହିଁ କୌଳାସଙ୍କ ପରିବାରର  ମାସକର ସମ୍ବଳ  । ପ୍ରଧାନମନ୍ତ୍ରୀ ଆବାସ .ସରକାରୀ ଇଲେକ୍ଟ୍ରି  .ସ୍ଵଛ ଭାରତ ପାଇଖାନ .ପିଇବାପାଣି ସବୂ ସରକାରୀ ଯୋଜନା ତାଙ୍କ ପାଇଁ ସାତସପନ । ରାଜ୍ଯ ସରକାର ଘୋଷଣା କରିଛନ୍ତି ୨୦୧୯ ରେ କେହି କଚା ଘରେ ରହିବେ ନାହିଁ । ସଯସ୍ତଙ୍କ ପାଖରେ ବିଦ୍ଯୁତ , ପାନୀୟ ଜଳ , ପାଇଖାନା ରହିଥିବ ।  ଏହି ଯୋଜନାରେ  କୌଳାସ କଣ  ସାମିଲ ହୋଇ ପାରିବ  ।  କୌଳାସର ଏ ଅବସ୍ଥା  ଯେକେହି ଦେଖିବ ତା ଆଖିରେ ଲୁହ ଆସିଯିବ କିନ୍ତୁ ଯିବା ଆସିବା ବାଟରେ  ତା ଘର ଥିଲେ ମଧ୍ୟ କେମିତି କାହା ନଜର କୁ ଏ ପରିବାର  ଦୃଶ୍ଯ ପଡୁନିହିଁ । ଇଏତ ହୋଉଛି ନିମାପଡା ବ୍ଳ୍ମକର ପ୍ରଗତି ପଥର ଦୃଶ୍ଯ । ଏଣୁ ତୁରନ୍ତ ପୁରୀ ଜିଲ୍ଳାପାଳ ଏ ପରିବାରକୁ ସାହାର୍ଯ୍ୟ ଓ ସହଯୋଗ କରୀବା ପାଇଁ ବୁଦ୍ଧିଜିବି ମାନେ ଦାବୀ କରିଛନ୍ତି ।   ନିମାପଡାରୁ ---- ଜୟନ୍ତ ସେଠୀ
Daliya pataka na dharibaru sarakari jojanaru Banchita
News By - Jayanta Sethi ( Nimapada )
Sakhigopal News
Nimapada News

Blog Archive

Popular Posts