Breaking News

ରୁପଦେଇପୁର ଭଗବତୀ ନୋଡାଲ ବିଦ୍ୟାଳୟ ର ସ୍ଵର୍ଣ ଜୟନ୍ତୀ ନିମନ୍ତେ ପ୍ରାକ ପ୍ରସ୍ତୁତି



 ପିପିଲି ----ପିପିଲି ବ୍ଲକ ଅନ୍ତର୍ଗତ ରୁପଦେଇପୁର ପଞ୍ଚାୟତ ରେ ଥିବା ଭଗବତୀ ନୋଡାଲ ବିଦ୍ୟାଳୟ ଇତି ମଧ୍ୟରେ ୫୦ବର୍ଷ ଅତିକ୍ରମ କରି ସାରିଛି।ଉକ୍ତ ବିଦ୍ୟାଳୟ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା। ଉକ୍ତ ବିଦ୍ୟାଳୟ ରୁ ଅନେକ ଛାତ୍ର ଛାତ୍ରୀ ପାଠ ପଢି ନିଜ ନିଜ କ୍ଷେତ୍ର ରେ ବେଶ ପାରଦର୍ଶିତା ପାଇଛନ୍ତି।
ସାତ ଆଠ ବର୍ଷ ପୂର୍ବରୁ ୫୦ ବର୍ଷ ପୂରିଯାଇଥିଲେ ମଧ୍ୟ କେତେକ କାରଣ ଯୋଗୁଁ  ଜୟନ୍ତୀ ସ୍ଥଗିତ କରାଯାଇଥିଲା ।  ସୋମବାର ଦିନ ଅପରାହ୍ନ ୫ ଘଟିକା ସମୟରେ ବିଦ୍ୟାଳୟ ର କନଫରେନ୍ସ ହଲରେ ପୁରାତନ ଛାତ୍ର ମାନଙ୍କୁ ନେଇ ଏକ ସଭା କରା ଯାଇଥିଲା । ଅନୁଷ୍ଠିତ ସଭାରେ ପ୍ରାୟ ଶତାଧିକ ପୁରାତନ ଛାତ୍ର ଯୋଗ ଦେଇଥିଲେ।ଉକ୍ତ ସଭା ରେ ପିପିଲି ଡେଲାଙ୍ଗ ବିଧାୟକ ଶ୍ରୀ ଆଶ୍ରିତ ପଟନାୟକ ଯୋଗ ଦେଇଥିଲେ  ।ପ୍ରକାଶ ଥାଉ କି ମାନ୍ୟବର ବିଧାୟକ  ଉକ୍ତ ବିଦ୍ୟାଳୟ ର ମଧ୍ୟ ଛାତ୍ରଥିଲେ।ସର୍ବ ସମ୍ମତି କ୍ରମେ ସୁବର୍ଣ୍ଣ  ଜୟନ୍ତୀ ପାଇଁ ବିଧାୟକ ଙ୍କୁ ସଭାପତି,ଶ୍ରୀ ହର ପ୍ରସାଦ ମିଶ୍ର ଉପ ସଭାପତି,ଶ୍ରୀ ଆର୍ତ୍ତତ୍ରାଣ  ସାହୂ ଙ୍କୁ ସମ୍ପାଦକ ,ରୂପେ ମନୋନୀତ କରାଯାଇଥିଲା ବୋଲି ପୁରାତନ ଛାତ୍ର ସତ୍ୟ ପ୍ରକାଶ ମିଶ୍ରଙ୍କ ଠାରୁ ସୂଚନା ମିଳିଛି। ପିପିଲି ରୁ ବିଜୟ କୁମାର ମହାପାତ୍ର,୧୨/୫/୨୦୨୫---୯,୨୦ Sakhigopal News,12/5/2025

Blog Archive

Popular Posts