Breaking News

ଡେଲାଙ୍ଗରେ ମଣ୍ଡଳ ସ୍ତରୀୟ ବିଞାନ ମେଳା ଉଦ ଯାପିତ

ଡେଲାଙ୍ଗ---  ଡେଲାଙ୍ଗ ବ୍ଳକର ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ତୟବିଂଶତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ ଉତ୍ସବ ଉଦ୍ଯାପନ  ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗଦେଇ ବିଜ୍ଞାନର ଉପକାରିତା ଓ ଅପକାରିତା ସମ୍ପର୍କରେ ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ ଓ ଜିଲ୍ଳା ପରିଷଦ ସଭ୍ୟ ମଳୟ ମହାନ୍ତି ଏହି ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟରୁ ୧୯୨ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ୧୯ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି । ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ  । ମଣ୍ଡଳ ସ୍ତରରୁ ୩ଜଣ ଛାତ୍ରଙ୍କୁ ଛାତ୍ର ଗୌରବ ଓ ୩ଜଣ ଶିକ୍ଷକଙ୍କୁ ଶିକ୍ଷକ ଗୌରବ ସମ୍ମାନୀତ କରାଯାଇଥିଲା  । ସିଆରସିସି ସରୋଜିନୀ ଜେନା, ଦିଲ୍ଳୀପ କୁମାର ନାୟକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ସୂର୍ଯ୍ୟନାରାୟଣ ସେଠୀ, ବିକ୍ରମ କୁମାର ପାତ୍ର, ତପନ କୁମାର ମଲ୍ଳିକ, ମଙ୍ଗଳି ପରିଡା, ଶିକ୍ଷକ ପ୍ରମୋଦ ପରିଡା, ଅନନ୍ତ ସାହୁ, ରମେଶ ଚନ୍ଦ୍ର ବଳପ୍ତରାୟ, ହରିହର ପାତ୍ର, କୈଳାସ ଚନ୍ଦ୍ର ସ୍ୱାଇଁ, ସନାତନ ସ୍ୱାଇଁ, ପ୍ରମୁଖ ବିଜ୍ଞାନ ମେଳା ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ସୁଧିର କୁମାର ଜେନା ଓ ଅଶୋକ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ  । ବଜ୍ଞାନ ସଂସଦର ସମ୍ପାଦକ ଉମେଶ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ ।  ସେହିପରି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ , ମୁଖ୍ୟବକ୍ତା ଭାବରେ ବିଡିଓ କ୍ଷୀରୋଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବ୍ଳକ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର,  ସୁଜନପୁର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟ, ସହ ଶିକ୍ଷାଧିକାରୀ ରବିନାରାୟଣ ମହାପାତ୍ର, ଶରତ ଚନ୍ଦ୍ର ମିଶ୍ର, ଯୁଧିଷ୍ଠିର ପରିଡା ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ତ୍ରିପାଠୀ ସଭାପତିତ୍ୱ କରିଥିଲେ  । ସିଆରସିସି ପବିତ୍ର ମୋହନ ଜେନା ଧନ୍ୟବାଦ ଦେଇଥିଲେ । 
ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତ

Blog Archive

Popular Posts