ରାସ୍ତାରେ ପ୍ରବାହିତ ହେଉଛି ଅନବରତ ନର୍ଦ୍ଦମା ପାଣି , ରେଲୱେ ଏବଂ ପୌରପ୍ରଶାସନର ଦ୍ଵନ୍ଦ ମଧ୍ୟରେ ଦଣ୍ଡ ଭୋଗୁଛନ୍ତି ଜନତା
ଜଟଣୀ :- ଜଟଣୀ ପୌରପରିଷଦ ଅନ୍ତର୍ଗତ ୩ ନଂ ୱାର୍ଡର ରାଜାବଜାର ରୁ ରେଲୱେ ରେତଙ୍ଗ କଲୋନୀ, କୁସୁମାଟି ଏବଂ ରଥିପୁର ଗ୍ରାମକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାରେ ଅନବରତ ନର୍ଦ୍ଦମା ପାଣି ପ୍ରବାହିତ ହେବାରେ ଲାଗିଛି l ଯାହା ଫଳରେ ରାସ୍ତାରେ ସାଧାରଣ ଲୋକେ ଯିବାଆସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାକୁ ନେଇ ଅନେକ ଥର ପୌରପରିଷଦ ତଥା ରେଳବାଇ କତୃପକ୍ଷଙ୍କୁ ଅଭିଯୋଗ ସତ୍ୱେ ଏହାର କୌଣସି ସ୍ଥାୟୀ ସମାଧାନର ବ୍ୟବସ୍ଥା କରୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କରିଛନ୍ତି l ଏହି ବାବଦରେ ସ୍ଥାନୀୟ ପୌର କାଉନସିଲର ସଂଗ୍ରାମ କେଶରୀ ରାଉତରାୟ କୁହନ୍ତି ଏହା ସମ୍ପୂର୍ଣ୍ଣ ରେଲୱେ କତୃପକ୍ଷଙ୍କ ଅବହେଳା ପାଇଁ ଦୀର୍ଘଦିନ ହେବ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହା ରେଳବିଭାଗର ମୁଖ୍ୟ ରାସ୍ତା l ରାସ୍ତାର ଏକ ପାର୍ଶ୍ୱ ପୌରପରିଷଦର ନର୍ଦ୍ଦମା ଅପର ପାର୍ଶ୍ଵରେ ଥିବା ରେଳବାଇ ମୁଖ୍ୟ ନାଳକୁ ସଂଯୋଗ କରୁଛି l ଏହାର ସଂଯୋଗ ସ୍ଥଳକୁ ଏକ କଲଭର୍ଟ ନିର୍ମାଣ ହୋଇ ନର୍ଦ୍ଦମା ପାଣି ନିଷ୍କାସନ ହୋଇଥାଏ l ବର୍ତ୍ତମାନ ନିର୍ମାଣ ଧୀନ କଲଭର୍ଟ ଟି ସମ୍ପୂର୍ଣ୍ଣ ନଷ୍ଟ ହେବା ଫଳରେ ନର୍ଦ୍ଦମା ପାଣି ଗୁଡିକ ରାସ୍ତାଉପରେ ପ୍ରବାହିତ ଫଳରେ ରାସ୍ତାରେ ଶିଉଳି ଯୋଗୁଁ ସାଧାରଣ ଲୋକେ ଯିବାଆସିବା ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏହି ରାସ୍ତାରେ ହଜାର ହଜାର ଲୋକେ ପଚାପାଣିରେ ପଶି ଯିବାଆସିବା କରନ୍ତି l ବର୍ତ୍ତମାନ ସମୟରେ ରେଲୱେ ବିଭାଗ ଲୋକଙ୍କ ଗମନାଗମନ ନିମନ୍ତେ ରାସ୍ତା ନିର୍ମାଣ କରି ସେହି ନାଳ କଲଭର୍ଟ ନିମନ୍ତେ ରାସ୍ତା ସମ୍ପୂର୍ଣ୍ଣ ନ କରି ଛାଡ଼ିଦେବା ଫଳରେ ରାସ୍ତା ଉପରେ ନର୍ଦ୍ଦମା ପାଣି ପ୍ରବାହିତ ହେଉଅଛି l ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାଇ ରେଲୱେ ବିଭାଗ ଏହି କଲଭର୍ଟ ନିର୍ମାଣ ପାଇଁ ଟେଣ୍ଡର ହୋଇଛି l କିନ୍ତୁ ଦୁଃଖର ବିଷୟ ଏହି ଟେଣ୍ଡର ପ୍ରକ୍ରିୟା କେବେ ସମ୍ପୂର୍ଣ୍ଣ ହୋଇ ଠିକାଦାର ମାଧ୍ୟମରେ କଲଭର୍ଟ ନିର୍ମାଣ ହୋଇ ଜନସାଧାରଣଙ୍କ ଅସୁବିଧା ଦୂର ହେବ ତାହା ଚିନ୍ତାର ବିଷୟ l ଏହି ସମସ୍ୟାର ସମାଧାନ କେବେ ତାହା ପ୍ରଶ୍ନବାଚୀ ହୋଇପଡ଼ିଛି? । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଏହାକୁ ନେଇ ଏକ ଗଣ ଆନ୍ଦୋଳନ ହେବ ବୋଲି ସ୍ଥନୀୟ ବାସିନ୍ଦାଙ୍କ ସୂଚନା ଦେଇଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୫/୨୦୨୫---୯,୨୫ Sakhigopal News,12/5/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୫/୨୦୨୫---୯,୨୫ Sakhigopal News,12/5/2025