Breaking News

ଡେଲାଙ୍ଗ ବ୍ଳକରେ ଜିଲ୍ଳାପାଳଙ୍କ ଜନ ଶୁଣାଣି

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଳାପାଳ ଜ୍ୟୋତି ପ୍ରକାଶ ଦାଶଙ୍କ ସଭାପତିତ୍ବରେ ଜନଶୁଣାଣି ଅନୁଷ୍ଠୀତ ହୋଇଯାଇଛି ।  ଏହି ଶିବିରରେ ଏସପି ଡ. ସାର୍ଥକ ଷଢଙ୍ଗୀ ,ଏଡିଏମ୍ ବିନୟ କୁମାର ଦାସ ,ଉପଜିଲ୍ଳାପାଳ ଭବ ତାରଣ ସାହୂ ,ସିଡିଏମଓ ଭାସ୍କର ଚନ୍ଦ୍ର ସାମନ୍ତରାୟ , ଏସଡିପିଓ ଦିଲୀପ କୁମାର ତ୍ରିପାଠୀ, ବ୍ଳକ ଅଧ୍ଯକ୍ଷ ପ୍ରସନ୍ନସାହୁ,ବିଡିଓ କ୍ଷୀରୋଦ ପ୍ରଧାନ,ଏବିଡିଓ ପ୍ରଦୀପ୍ତ କୁମାର ନାୟକ , ସହକାରୀଯନ୍ତୀ ରମେଶ ସ୍ବାଇଁ , ସିଇଓ ତପନ କୁମାର ଦାଶ ଓ ଡେଲାଙ୍ଗ ମିଶନ ଶକ୍ତି ମହିଳା  ମହା ସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହ ଶିକ୍ଷା, ସ୍ବାସ୍ଥ, ପାନୀୟ ଜଳ, ଜଙ୍ଗଳ,କୃଷି, ଉଦ୍ୟାନ , ପଶୁ,ରାସ୍ତା ଆଦି ବିଭାଗର  ପଦାଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୂଡିକର ଜନ ଶୁଣାଣି କରିଥିଲେ । ବ୍ଳକର୨୧ ଟି ପଞ୍ଚାୟତରୁ ୮୦ଟି ଅଭିଯୋଗ ଆସିଥିଲା । ସେଥି ମଧ୍ଯରୁ ୧୦ଟିର ଫଇସଲା କରାଯାଇଥିଲା । ଜିଲ୍ଳି ମହିଳା କଂଗ୍ରେସ ନୈତ୍ରୀ  ହରିରାଜପୁରର ନିରୁପମା ପାତ୍ର ଡେଲାଙ୍ଗରେ ବେ ଆଇନ ପଥର ଖନନ, ପାଇଖାନା ନ ଥାଇ ବିଲ , ରେଶନକାର୍ଡ ଚୟନରେ ପାତର ଅନ୍ତର, ଭର୍ତ୍ତା ଆଦିରେ ଦୂର୍ନୁତୀ ସମ୍ପର୍କରେ ଅଭିଯୋଗ ଆଣିଥିଲେ । ସେହିପରି ଅଶୋକ ପ୍ରଧାନ ପିପିଲୀ--ଡେଲାଙ୍ଗରେ ପ୍ରବାହିତ ରତ୍ନଚିରା ନଦୀ ଖନନ ନ ହେବାରୁ ଶହ ଶହ ଏଖର ଧାନ ଜମି ଜଙ୍ଗଲ ହୋଈଥିବା ବିସୟରେ ଆଭିଯୋଘ କରିଥିଲେ । କଲ୍ଯାଣପୂର ପଞ୍ଚାୟତର ରାଡୂଅ ଗ୍ରାମର ଜଣେ ୪ବର୍ଷର ଶିଶୂକୂ କର୍କଟ ରୋଗରେ ପୀଢିତ ତାର ଚିକିସ୍ଥା ପାଇଁ ଜିଲ୍ଳାପାଳ ମୂଖ୍ୟମନ୍ତୀଙ୍କ ରିଲିଫ ଫଣ୍ଡରୂ ୩୦ ହଜାର ଟଙ୍କା ଅନୂମୋଦନ କରିଥିଲେ । ୮୦ ଟି ଅଭିଯୋଗ ଜିଲ୍ଳାପାଳଙ୍କ ଜନଶୂଣାଣିକୁ ଆସୀଥିଲି ସେଥିମଧ୍ୟରୁ ୧୦ଟି ଅଭିଯୋଗ ର ସମାଧାନ କରାଯାଇଥିବା ଜଣାପଡିଛି ।  ଡେଲାଙ୍ଗ ଥାନା ଆଇଆଇସି ଆଶିତ କୁମାର ମହାନ୍ତି ଫୋସ ସହ ସହିତ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Delang blockers jilapalal knkaur Jana sounani

Blog Archive

Popular Posts