ଡେଲାଙ୍ଗରେ କାର୍ତ୍ତିକ ପୁର୍ଣ୍ଣମୀ ପାଳିତ
ଡେଲାଙ୍ଗ-----ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଶ୍ରୀ ଶ୍ରୀ ରାଧା ମୋହନ ଦେବଙ୍କ ମେଳନ ପଡିଆ ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ମେହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ମହୋତ୍ସବ କୁ ସ୍ଥାନିୟ ସରପଞ୍ଚ ଜ୍ୟୋତିର୍ମୟୀ ସ୍ବାଇଁ,ସମାଜସେବୀ କୈଳାସ ସ୍ବାଇଁ ,ପବିତ୍ର କିଶୋର ପରିଡା ଏହାକୁ ଉଦଘାଟନ କରିଥିଲେ ।। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ରୁପେ ପୁରୀ ନିମାପଡା କୋପରେଟିଭି ବ୍ୟାଙ୍କ ନିର୍ଦ୍ଦେଶକ ବୈରାଗି ଜେନା ଯୋଗଦେଇ ଏହି ମହୋତ୍ସବ କୁ କିଭଳି ସରସ ସୂନ୍ଦର କରାଯାଇ ପାରିବ ସେଥିଲାଗି ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ସମ୍ମାନିତ ଅତିଥି ରୁପେ ଡେଲାଙ୍ଗ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ ,ସମାଜସେବୀ ଡଃ ପ୍ରଭାସ ପ୍ରଧାନ ,ସାମ୍ବାଦିକ ଦୀପକ ମିଶ୍ର ଯୋଗ ଦେଇଥିଲେ । ଏହି ମହୋତ୍ସବରେ ଭଜନ ସଂନ୍ଧ୍ୟା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ପଦ୍ମଚରଣ ନାୟକ , ସୂର୍ଯ୍ୟକାନ୍ତ ସ୍ବାଇଁ , ଅଭୟ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Delangare kartika purnami Palita
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Delangare kartika purnami Palita
News By - Dhirendra Senapati ( Delanga )
Sakhigopal News
Delanga News