Breaking News

ସତ୍ଯବାଦୀ ବ୍ଳକରେ ମଧୁବାବୁ ଭତ୍ତା ବଣ୍ଟନ , ଅନିୟମିତତା ଦର୍ଶାଇଲେ ପୂର୍ବତନ ସରପଞ୍ଚ

ସାକ୍ଷୁଗୋପାଳ---- ସତ୍ଯବାଦୀ ବ୍ଳକରେ ଆଜି ମଧୁବାବୁ ଯୋଜନାରେ ୨୪ ଟି ପଞ୍ଚାୟତରୁ ୧୨୬୩ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ପୂର୍ବତନ ପେଣ୍ଠପଡା ସରପଞ୍ଚ ଦେବେନ୍ଦ୍ର ମହାପାତ୍ର ଭତ୍ତା ପ୍ରଦାନରେ ଅନିୟମିତତା ହୋଇଛି ବୋଲି କହନ୍ତି  । ଏପରକି ୬୦ବର୍ଷ  ଲୋକ ଭତ୍ତା ପାଉଥିବା ବେଳେ ୭୫ ବର୍ଷର ବିଧାବା ଭତ୍ତା ପାଇବାରୁ ଆଜି ବଞ୍ଚିତ ବୋଲି କହନ୍ତି । ଏହି ଭତ୍ତାବଣ୍ଟନ ମେଳାରେ  ଅତିଥି ଭାବରେ ବିଧାୟକ ଉମାକାନ୍ତ ସାମନ୍ତରାୟ  ଯୋଗ ଦେଇଥିବା ବେଳେ ପଞ୍ଚାୟତ  ସମିତି ଅଧ୍ୟକ୍ଷା ସସ୍ମିତା ପଧାନ ସଭପତିତ୍ବ କରିଥିଲେ । ବିଡିଓ ଡ.ଗୌରବ ମୟ ପ୍ରଧାନ ,ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି ,ଜିଲ୍ଳା ପରିଷଦ ସଭ୍ଯ ପ୍ରହଲ୍ଳାଦ ଘଟୁଆରୀ, ଧୂବ ଚରଣ ଦାଶ ଓ ଉପାଧ୍ଯକ୍ଷ ବିକ୍ରମ କୁମାର ଜେନାଙ୍କ ସହ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ଯ ସଭ୍ଯା ମାନେ ଉପସ୍ଥିତିରେ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Satyabadi blockera  madhu babu babtaa banta mela

Blog Archive

Popular Posts