ନୂଆଗାଁ ଠାରେ ଅଷ୍ଟପ୍ରହରୀ ଓ ନାମ ସଂକୀର୍ତ୍ତନ ଆରମ୍ଭ
ବାଲିଗୁଡା-----ନୂଆଗାଁ ବ୍ଳକର ପୁରୁଣା ନୁଆଗାଁ ଠାରେ ଜଗନ୍ନାଥ କଳା ସଂସ୍କୃତି ପରିଷଦର ସଂକୀର୍ତ୍ତନ ସେବା ପରିଷଦ ତରଫରୁ ଗ୍ରାମ ପରିସରରେ ଏକ ଅଷ୍ଟ ପ୍ରହରି ନାମଯଞ ଅନୁଷ୍ଠିତ ହୋଇଯାଇଛି ।ଏହି ସଂକୀର୍ତ୍ତନ ୧୯ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଉଜ୍ଜାପନ ହବ । । ଏହି ନାମଯଞ ଦେଖିବା ପାଇଁ ପାଖ ଆଖ ଗ୍ରାମରୁ ପ୍ରାୟ ପାଞ୍ଚ ହଜାରରୁ ଉଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା ।ଏହି ଅଷ୍ଟପ୍ରହରିରେ ୧୮ହଳ ସଂକିତ୍ତନ ମଣ୍ଡଳି ଯୋଗଦାନ କରିଥିଲେ ।କମିଟି ପକ୍ଷରୁ ଅନ୍ନ ପ୍ରସାଦ ସେବନ ଭକ୍ତ ମାନଙ୍କ ପାଇଁ ବ୍ୟବସ୍ତା କରାଯାଇଥିଲା । ଏହି ଅନ୍ନ ପ୍ରସାଦ ପାଇବାପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି ।ମହିଳା ମାନେ ଉଜ୍ଜାପନ ପାଇଁ ମୁଣ୍ଡରେ କଳସ ଧରି ସଂକିତ୍ତନ ମଣ୍ଡଳି ସହିତ ଗ୍ରାମ ପରିଭ୍ରମଣ କରିଥିବା ଦେଖିବାକୁ ମିଳିଥିଲା ।ସବୁ ବର୍ଷ କାତ୍ତିକ ପବିତ୍ର ମାସରେ ଏହି ସଂକିତ୍ତନ ନାମଯଞ ହୋଉଥିବାରୁ ଏହା ହେବାଦ୍ବାରା ଗ୍ରାମକୁ ସୁଖ,ଶାନ୍ତି ମିଳିଥିବା ଗ୍ରାମବାସି ମାନେ ମତ ପ୍ରକାଶ କରିଛନ୍ତି। ବାଲିଗୁଡାରୁ - ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା ।
Nua gaon thare astaprhari o nama sankirtana aarambha
Nua gaon thare astaprhari o nama sankirtana aarambha
News By - Banbasi Pradhan ( Baliguda ) Manoj Panda ( Kandhamala )
Kandhamala News