କାକଟପୁରରେ ବିଜେପିର ଜନ ପରାମର୍ଶ ପଦଯାତ୍ରା
କେର୍ଣାକ ----ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ମଣ୍ଡଳର ମଣ୍ଡଳ ସଭାପତି ସୁରେନ କୁମାର ପାଲ ଙ୍କ ଆହ୍ୱାନ ରେ ୧ଓ୨ ନମ୍ବର ଵାର୍ଡର ଶତାଧିକ ବିଜେପି କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରା ରେ କାକଟପୁର ଯୁବ ନେତା ତୁଷାର କାନ୍ତ ବେହେରା ଓ ପୁରୀ ଜିଲ୍ଲାର ସାଧାରଣ ସମ୍ପାଦକ ରତିକାନ୍ତ ବେହେରା , କୈଳାସ ନାୟକ , ଆଲୋକ ପଣ୍ଡା, ମଙ୍ଗରାଜ ମୁଦିଲି, ଗୋପିନାଥ ସ୍ବାଇଁ , ଚନ୍ଦ୍ରମଣି ମଲ୍ଲିକ, ବସନ୍ତ ପରିଡ଼ା, ଚନ୍ଦ୍ରଶେଖର ନାୟକ, ମିତ୍ରଭାନୁ ମାର୍ଥା ପ୍ରମୁଖ ଆଦି ଯୋଗଦେଇଥିଲେ । ମୋର ଆଶା ନୂଆ ଓଡଶା ଜନ ପରାମର୍ଶ ପଦଯାତ୍ରାରେ ହଜାର ହଜାର ବିଜେପି ମହିଳା ଓ ପୁରୁଷ କର୍ମୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବୁଲି ବୁଲି ଜନ ପରାମର୍ଶ ସଂଗ୍ରହ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ନୂଆ ଭାରତରେ ନୂଆ ଓଡ଼ିଶା ନିର୍ମାଣ ପାଇଁ ଓଡ଼ିଆ ଲୋକଙ୍କ ଆଶାକୁ ସାକାର କରିବାକୁ ବିଜେପି ଗାଁ ଗାଁରେ ପଦଯାତ୍ରା ମାଧ୍ୟମରେ ସୁଚିନ୍ତିତ ପରାମର୍ଶ ଦେବା ସହ ପରାମର୍ଶ ସଂଗ୍ରହ କରିଯାଇଥିବା ଦେଖାଯାଇଥିଲା। ।
ନିମାପଡାରୁ---ଜୟନ୍ତ ସେଠୀ
ନିମାପଡାରୁ---ଜୟନ୍ତ ସେଠୀ
Kakatapur re BJP ra jana paramarsa padajatra
News By - Jayanta Sethi ( Nimapada )
Sakhigopal News
Nimapada News