Breaking News

ପାରମ୍ପାରିକ ଚୁଡାଘଷା ସାକ୍ଷୀଗୋପିନାଥଙ୍କୁ ଭୋଗ ଲାଗିଲା

ସାକ୍ଷୀଗୋପାଳ---- ମହା କାର୍ତ୍ତିକ ମାସ ବଡ ଏକାଦଶୀ ତିଥୀରେ ପାରମ୍ପାରିକ ଚୁଡାଘଷା ସାକ୍ଷୀଗୋପିନାଥଙ୍କୁ ଭୋଗ ଲାଗିଲା । ଆଗରୁ ଚାଷୀ ମାନେ ବିଲରୁ  ନୂଆଧାନ ଆଣିବା ପରୈ ସେଥିରେ ଚୁଡା କରି ପଥମେ ସାକ୍ଷୀଗୋପୀନାଥଙ୍କୁ ଭୋଗ ଲଗାଇଥାନ୍ତି । ମାତ୍ର ସମୟର ପରିବର୍ତ୍ତନ ଯୋଗୁ ପରମ୍ପରା ବଞ୍ଚିରହିଛି । ସେଥିଯୋଗୁ ମନ୍ଦିର ଚତୁପାର୍ଶ୍ବରେ ଦୋକାନୀ ମାନେ ଚୁଡାଗୁଣ୍ଡ ,ଚିନି,ଗୁଡ, ନଡିଆ, ଖଟା    କମଳା ,ଘିଅ  , ମସଲା , ଖଇ, କୋରା , କଦଳୀ , ଫଳମୂଳ ସହିତ ତାଳପତ୍ର ଭୋଗୋଇ, ଓଳି ,କୋଡୁଆ ଆଦି ବିକ୍ରୟ କରିଯାଉଛି । ଲୋକମାନେ ମନ୍ଦିର ବୋଡା ଭିତରେ ଚୁଡାଘଷା କରି ଠାକୁରଙ୍କୁ ଭୋଗ କରିବା ପରେ ପ୍ରସାଦ ପାଇଥାନ୍ତି । ଏପରିକି କେତଜଣଙ୍କର ମାନସିକ ଚୁଡାଘଷା ଭୋଗ କରିଥିଲେ । ଚୁଡାଘଷା ବାସ୍ନାରେ ମନ୍ଦିର ଚତୂପାର୍ଶ୍ବ ମହକି ଊଠିଥିଲା  । ଠାକୁରଙ୍କ ପାଖରେ ଚୁଡାଘଷା ଭୋଗ ଅନ୍ଯ ଦିନରେ କରାଯାଉ ଥିଲେ ମଧ୍ୟ ଆଜି ଭଲି ଚୁଡାଘଷା ହୋଇନଥାଏ କି ଆଜି  ଚୁଡା , ନଡିଆ ,ଗୁଡ ,ଚିନି ଗୋଳେଇ ଦେଇ ଠାକୁରଙ୍କୁ ଦେଖାଇଦେଲେ ତାହର ଯେଉଁ ବାସ୍ନା ଅନ୍ଯ ଦିନରେ ସେ ବାସ୍ନା ନ ଥାଏ ବୋଲି କେତେକ ଭକ୍ତ ମାନେ କହନ୍ତି ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Parmparika Chuda ghasa sakhigopinath nku bhoga lagila
News By - Dhirendra Senapati ( Sakhigopal )
Sakhigopal News

Blog Archive

Popular Posts