ଆନନ୍ଦ ଉଲ୍ଲାସ ମଧ୍ୟରେ ଶ୍ରୀ ଲକ୍ଷ୍ମୀନୃସିଂହ ଦେବଙ୍କ ଜନ୍ମ ମହୋତ୍ସବ ଜୀପୁର ଠାରେ ପାଳିତ ହୋଇଯାଇଛି
ସାକ୍ଷୀଗୋପାଳ,--- ସତ୍ୟ ଯୁଗର ଠାକୁର ପ୍ରଭୁ ନରସିଂହ ଦେବଙ୍କ ଜନ୍ମ ଜୟନ୍ତୀ ପବିତ୍ର ବୈଶାଖ ମାସ ଚତୃଦର୍ଶି ତିଥିରେ କରାଯାଇଥାଏ । ଆଜିର ଏହି ପବିତ୍ର ଦିନରେ ସାକ୍ଷୀଗୋପାଳ ନିକଟ ଜିପୁର୍ ଗ୍ରାମରେ କେଉଁ ଯୁଗ ଯୁଗ ରୁ ପୁଜା ପାଇଆସୁଥିବ ପ୍ରଭୁ ଶ୍ରୀ ଲକ୍ଷ୍ମନୃସିଂହ ଗୁରୁଦେବ ଙ୍କ ଜନ୍ମ ମହୋତ୍ସବ ଅତି ଆନନ୍ଦ ଉଲ୍ଲାସ ଓ ଭକ୍ତିମୟ ପରିବେଶ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ଠାକୁରଙ୍କ ମହାସ୍ନାନ ନୂତନ ବସ୍ତ୍ର ପରିଧାନ ଓ ପ୍ରଥମ ଧୂପ କରାଯିବା ପରେ ଦିନ ୩ଟା ବେଳକୁ ମହାପ୍ରଭୁଙ୍କ ଦେହରେ ଚୁଆ ଚନ୍ଦନ ଆଦି ଲଗାଯାଇ ପଦ୍ମ ଫୁଲରେ ସେବାୟତ ମାନେ ଅତି ସୁନ୍ଦର ଭାବେ ସଜ୍ଜିତ କରିଥିଲେ । ସନ୍ଧ୍ୟା ୫ଟା ସମୟରେ ଶ୍ରୀମଦ୍ ଭଗବତ ଗୀତା ଓ ବେଦ ପାଠ ପରିଷଦ ,ସତ୍ୟବାଦୀ ଓ ସତ୍ୟସାଇ ବାଲ ବିକାଶ , ବିରରାମଚନ୍ଦ୍ରପୁର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା କୁନି କୁନି ପିଲାମାନଙ୍କ ଦ୍ବାରା ଗୀତା ଓ ବେଦପାଠ କରାଯାଇଥିଲା । ବେଦଗୁରୁ ପ୍ରବୀଣ କର ବେଦ ପାଠ କରିବା ପରେ ରାୟାଖଣ୍ଡି ଗ୍ରାମର ଆଦିତ୍ୟ କୁମାର ମିଶ୍ର ନୃସିଂହ ଜଣାଣ, ଏହି ଗ୍ରାମର ୫ମ ଶ୍ରେଣୀ ର ଛାତ୍ର ସ୍ଵୟଂ ପ୍ରକାଶ ରଥ
ଶ୍ରୀ ଜଗନ୍ନାଥାଷ୍ଟକମ୍ ଓ ବିରରାମଚନ୍ଦ୍ରପୁର ସତ୍ୟସାଇ ବାଲ ବିକାଶ ତରଫରୁ କୁନି କୁନି ପିଲାମାନଙ୍କ ତରଫରୁ ଗୀତା ଓ ବେଦ ପାଠ ଆଦି କରାଜାଇଥିଲା । ସନ୍ଧ୍ୟାରେ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ଓଡିଶୀ ନୃତ୍ୟ ଓ ଭଜନ ସମାରୋହ ପରିବେଷଣ କରାଯାଇଥିଲା ଏଥିରେଏମ୍ସ ଭୁବନେଶ୍ୱର ର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡ଼କ୍ଟର ଅଶୋକ କୁମାର ମହାପାତ୍ର ,ଲକ୍ଷ୍ମୀଧର ପାଣି,ରାଜଲକ୍ଷ୍ମୀ ମିଶ୍ର ,ପ୍ରଭାତ ଚନ୍ଦ୍ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥଲେ। ସ୍ୱର୍ଗତ ରଘୁନାଥ ରଥ ଯାହାଙ୍କ ଅକ୍ଲାନ୍ତ ଉଦ୍ୟମରେ ଦିନେ ଏ ଗ୍ରାମରେ ଲକ୍ଷ୍ମନୃସିଂହ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପିତ କରାଯିବା ସହ ଏ ଗ୍ରାମରେ ଅନେକ ଉନ୍ନତି ମୂଳକ ପଦକ୍ଷେପ ନେବା ପାଇଁ ଗ୍ରାମର ଯୁବସମାଜକୁ ପ୍ରେରଣା ଦେଇଥିଲେ । ତାଙ୍କର ଦେହାନ୍ତ ଏ ଅଞ୍ଚଳ ବାସିଙ୍କ ମନରେ ଦୁଃଖର ଆଲୋଡନ ସୃଷ୍ଟି କରିଥିଲା, ଯାହାଫଳରେ ଜୀପୂର ଗ୍ରାମ ବାସୀଙ୍କ ତରଫରୁ ଆଜିର ଏହି ପବିତ୍ର ଦିନରେ ତାଙ୍କ ସହଧର୍ମିଣୀ ଜାନକୀ ରଥ ଙ୍କୁ ଉପଡୋକନ୍ ସହ ଶ୍ରଦ୍ଧାଞ୍ଜଳି ସମ୍ମାନ ପତ୍ର ଉପସ୍ଥିତ ଅତିଥିଙ୍କ ଦ୍ଵାରା ଦିଆଯାଇଥିଲା । ସନ୍ଧ୍ୟାରେ ଆକ ପାଖ ଅଞ୍ଚଳର ଶହଶହ ଭକ୍ତ ପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବାପରେ ପଣା ଭୋଗ ଆଦି ପାଇଥିଲେ । ଭଜନ ସନ୍ଧ୍ୟା ପରିବେଷଣ ସରିବା ପରେ ପ୍ରଭୁଙ୍କୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟ,କାହାଳୀ,ନାଗା ,ମେଢ଼ ହରିବୋଲ ହୁଳହୁଳି ଧ୍ବନି ମଧ୍ୟରେ ଗ୍ରାମ ପରିକ୍ରମା କରିଥିଲେ । ଲକ୍ଷ୍ମୀନୃସିଂହ ଦେବ ଜନ୍ମ ମହୋତ୍ସବ କମିଟି ର ସଭାପତି ଲକ୍ଷ୍ମୀଧର ରଥ ସମ୍ପାଦକ ସୁଶାନ୍ତ କୁମାର ରଥ, ରଘୁନାଥ ରଥ, ମନୋରଞ୍ଜନ ରଥ ମନୋରଞ୍ଜନ ରଥ,ଲୋକନାଥ ରଥ ପ୍ରଶାନ୍ତ ରଥ ଓ ଗ୍ରାମର ଯୁବକ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୫/୨୦୨୫----୮,୪୫ Sakhigopal News,11/5/2025