Breaking News

ପୁରୀ ଜିଲ୍ଳା ପେଷାଦାର ସାମ୍ବାଦିକ ସଂଘର କାର୍ଯ୍ଯକାରିଣୀ ବୈଠକ

 ପିପିଲି ---- ରାଜ୍ୟ ଉକ୍ରଳ ସାମ୍ବାଦିକ ସଂଘ ଦ୍ୱାରା ଅନୁବଦ୍ଧିତ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଏକ ସାଧାରଣ ପରିଷଦ ବୈଠକ ପିପିଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ପୂର୍ବତନ ସଭାପତି ସାମ୍ବାଦିକ ତ୍ରିବିକ୍ରମ ମହାପାତ୍ର  ବୈଠକରେ ସଭାପତିତ୍ୱରେ । ବୈଠକରେ  ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଶ୍ୱଜିତ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଏବଂ କୋଷାଧକ୍ଷ ଭାବେ ବିଜୟ କୁମାର ମହାପାତ୍ର ମନୋନିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରି ସଭାପତି ଭାବେ ଦୁଃଶାସନ ନାୟକ,ଉପସଭାପତି କମଳ ଲୋଚନ ଦିକ୍ଷିତ୍,ସଂଜୟ କୁମାର ପତି,ବସନ୍ତ କୁମାର ପଟ୍ଟନାୟକ,ରାଜ କିଶୋର ଦାସ ମନୋନିତ ହୋଇଥିବା ବେଳେ ସମ୍ପାଦକ ଭାବେ ଦୃର୍ଗା ମାଧବ ମିଶ୍ର,ସଂଗଠନ ସମ୍ପାଦକ ନିରଜଂନ ବାରିକ ମନୋନିତ ହୋଇଛନ୍ତି ।ଏହି ବୈଠକରେ ସମ୍ମାନିତ ଅତିଥି ରୁପେ ଧିରେନ୍ଦ୍ର ଦାସ ଓ ଉକ୍ରଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୁଷଣ କର ଯୋଗ ଦେଇ ସମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା  ଆଗାମି ଦିନରେ କିପରି କାର୍ଯ୍ୟକାରି କରାଯିବ ତାହା ଉପରେ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଆଲୋକପାତ କରାଇଥିଲେ । ପୁରୀ ଜିଲ୍ଲାର ତତ୍କାଳିନ ସାମ୍ବଦିକ ସତ୍ୟବାଦି ବ୍ଲକ ର  ସତ୍ୟବାଦି ତ୍ରିପାଠିଙ୍କ ପ୍ରଚେଷ୍ଟାରେ ୧୯୪୫ମସିହାରେ ସାମ୍ବାଦିକ ସଂଘ ଗଠନ କରାଯାଇଥିଲା  ।  ସାମ୍ବାଦିକ ମାନଙ୍କୁ ନେଇ ଏକତାର ବାର୍ତ୍ତା ଆମ ମାନଙ୍କୁ ଏକାଠି ରହି କାର୍ଯ୍ୟ କରିବାର ପରାମର୍ଶ ମିଳିଥିଲା ବୋଲି ଉକ୍ରଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଏହି ବୈଠକରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉକ୍ରଳ ସାମ୍ବାଦିକ ସଂଘ କୋଷାଧକ୍ଷ ରାଜନ କୁମାର ଚୈାଧୁରି,ଆତ୍ମା ଅଧକ୍ଷ ପିପିଲି ଧରଣି ଧର ସାହୁ,ବରିଷ୍ଠ ବିଜେଡି ନେତା ସଦାଶିବ ଦାସ, ବିଜେଡି ନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଆଇନିଜିବି ଶ୍ରୀଧର ପ୍ରଧାନ,ବ୍ଲକ ବିଜେଡି ଯୁବ ସଭାପତି ମନୋଜ ଦାସ, ସରପଂଚ କଣ୍ଟି ପ୍ରକାସ କୁମାର ଧଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ରାଜ୍ୟ ଉକ୍ରଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ ସଭା ପରିଚାଳନା କରିଥିଲେ ।ଆଜି ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି, କିଶୋର ଚନ୍ଦ୍ର ମହାପାତ୍ର,ଧିରେନ୍ଦ୍ର ସେନାପତି,ପ୍ରଦିପ କୁମାର ପଣ୍ଡା.ମାନସ ଦାସ,ରାଜିବ ଲୋଚନ ପୁଷ୍ଟି,ସନ୍ତୋଷ ପ୍ରଧାନ,ସରୋଜ କୁମାର ବେହେରା,ପ୍ରଫୁଲ୍ଲ କୁମାର ସାହୁ,ଜ୍ୟୋତି ପ୍ରକାସ ବେହେରା,ହେମନ୍ତ ସେଠି,ଚିତ୍ତ ରଂଜନ ଜେନା ପ୍ରମୁଖ ବିଭିନ୍ନ ବ୍ଲକରୁ ଆସିଥିବା ସମ୍ବାଦିକମାନେ ଉପସ୍ଥିତ ଥିଲେ ।   
  ପିପିଲିରୁ ବିଜୟ ମହାପାତ୍ର    

Blog Archive

Popular Posts