ବେଆଇନ ମୋରମ ଚାଲଣ ବେଳେ ସାତଟି ଟ୍ରକ ଜବତ
ଡେଲାଙ୍ଗ -- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ନିଦ୍ଧିଷ୍ଟ କେତେକ ଅଞ୍ଚଳରୁ ମୋରମ ଖଣି ଅଛି । ଯାହାକି ସେ ଗୁଡିକ ଏପରି ଭାବରେ ତଡାଯାଇଛି ଖଣିକୁ ଅନାଇଲେ ଭୟ ଲାଗିବ । ଏହା ସବୁ ଚୋରା ବୋଲି ଜଣାପଡିଛି । ବିଶେଷ କରି ଜଗନ୍ନାଥ ବନ ପ୍ରକଳ୍ପ ଜମିରୁ ବେ ଆଇନ ଭାବରେ ମୋରମ ତଡା ଯାଇଥିବା ଅଭିଯୋଗ ମାନ ହୋଇ ଆସୁଛି । ଅନ୍ୟ ପକ୍ଷେ ଡେଲାଙ୍ଗ ତହସିଲ ଦାର କୌଣସି ମୋରମ ବା ପଥର ଖନନ ପାଇଁ କହାରିକୁ ନିଲାମ ଦେଇ ନାହନ୍ତି । ମାତ୍ର ସବୁଦିନ ଡେଲାଙ୍ଗରୁ ଶହ ଶହ ମୋରମ ଓ ପଥର ଟ୍ରକ ଯାଉଛି । ଏହା ପୁଣି ଡେଲାଙ୍ଗ ଥାନା ଓ ଫାଣ୍ଡି ଦେଇ । ସୁଚନାଯୋଗ୍ୟ ଯେ ଗତ କାଲି ଡେଲାଙ୍ଗ ଷ୍ଟେସନସ୍ଥିତ ପ୍ରଭାତ କ୍ଳବ ଠାରେ ପିଲାମାନେ ଭୋଜି କରୁଥିବା ସମୟରେ ଆଗପଛ ହୋଇ ସାତଟି ଡମ୍ପର ଟ୍ରକ ଚୋରା ମୋରମ ନେଇକି ଯାଉଥିଲା । ଏହାକୁ ରୋକିବା ପରେ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଡେଲାଙ୍ଗ ପୋଲିସ ସେଠାରେ ପହଞ୍ଚି ଟ୍ରକ ଗୁଡିକ ଅଟକ ରଖି ଥିଲେ । ଆଜି ସକାଳେ ଡେଲାଙ୍ଗ ତହସିଲଦାର ପ୍ରତି ଗାଡି ରୁ ୨୫ ହଜାର ଟଙ୍କା ଜୋରିମାନ ଆଦାୟ କରି ଗାଡି ଗୁଡିକ ଛାଡି ଦେଇଥିବା ଜଣାପଡିଛି । ଏହି ଗାଡି ଗୁଡିକ ଭୁବନେଶ୍ୱରର ଆର. କେ. ଡି କନଷ୍ଟ୍ରକ୍ସନ ପ୍ରା.ଲିଃ ର ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି