Breaking News

ପୁରୀ ନଗରପାଳ ଜୟନ୍ତ ଷଡଙ୍ଗୀ ବିଜେଡି ପତକା ଧରି ସତ୍ଯବାଦୀ ନିର୍ବାଚନ କର୍ମଭୂମିକୁ ଓହ୍ଲାଇଲେ

ସାକ୍ଷୀଗୋପାଳ----ସତ୍ୟବାଦୀରେ ବିଜେଡି ଦଳ ମଧ୍ୟରେ ଫାଟ ବହୁ ଦିନରୁ ଗୁମୁରି ଗୁମୁରି ଥିଲେ ମଧ୍ୟ ଆଜି ତାହା ବାହାରକୁ ବାହାରିପଡିଛି । ବିଧାୟକଙ୍କ ଅନୁପସ୍ଥିତତରେ ବିଜେଡି ପତକା ଧରି ଜୟନ୍ତ (ନିଲୁ)ଷଡଙ୍ଗୀ ବାହାରିଛନ୍ତି ।  ସତ୍ୟବାଦୀ ଓ କଣାସ ବ୍ଳକକୁ ନେଇ ସତ୍ୟବାଦୀ ନିର୍ବଚାନ  ମଣ୍ଡଳୀ ଗଠିତ  । ବିଜେଡି ଦଳରେ ଫାଟ ଏବେ ପଦାରେ ପଡିଲା ବୋଲି ଜନସାଧାରଣରେ ଆଲୋଚନା ହୋଉଛି । ବିଶେଷ କରି ଦୁଇ ବ୍ଳକର ସଭାପତିଙ୍କ ଆହ୍ୱନ କ୍ରମେ ପୁରୀର ନଗରପାଳ ଜୟନ୍ତ ( ନିଲୁ ) ଷଡଙ୍ଗୀ ଏବେ ତାଙ୍କର ଶକ୍ତି ଦେଖାଇଛନ୍ତି  । ବୁଧବାର ଦିନ ହଜାର ହଜାର  ମଟର ସାଇକେଲରେ ଯୁବକ ମାନଙ୍କ ସହ ସାକ୍ଷୀଗୋପାଳ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ  ।   ନିଲୁ ଷଡଙ୍ଗୀ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବଦ, ପିନାକୀ ମିଶ୍ର ଜିନ୍ଦାବାଦ  ଆଦି ସ୍ଳୋଗାନ ଦେଇ ମଟର ସାଇକେଲରେ ଏକ ଶୋଭାଯାତ୍ରା ଅଳଗୁମ , ଶୁକଳ , ଜଙ୍ଗାର ବିଜ୍ର ଦେଇ ସିରେଇ ସହନା ଗ୍ରାମ ପରିକ୍ରମା କରି  କଣାସ ବକାର ଦେଇ ଦୋକନ୍ଦା ମେଳନ ପଡିଆରେ ଏକ ସାମବେଶରେ ସଭା ସ୍ଥଳରେ ପହଞ୍ଚିଥିଲା  । ସତ୍ୟବାଦୀ ବ୍ଳକ ସଭାପତି ରତିକାନ୍ତ ମିଶ୍ର ଓ କଣାସ ବ୍ଳକ ସଭାପତି ଶୁସୀଲ କୁମାର ରାଉତଙ୍କ ଆହ୍ୱନକ୍ରମେ ସମାବେଶ ସଭା ଅନୁଷ୍ଠିତ ହୋଇଥିଲା  । ଏହି ଯାତ୍ରାରେ ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର, କୁନା ନନ୍ଦ, ସମିତିସଭ୍ୟ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅଶ୍ୱନୀ ନନ୍ଦ, ଜାନକୀ ବଲ୍ଲଭ ବରାଳ, ମଣ୍ଟୁ ହୋତା, ଦୀପକ ଶତପଥୀ ପ୍ରଦୁମ୍ନ ଶତପଥୀ ପ୍ରମୁଖ ଏହି ସମାବେଶ ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।  ବିଶେଷ କରି ପୂର୍ବତନ ଜନପ୍ରତିନିଧି ଓ ଯୁବକ ମାନେ ଏହି ସମାବେଶ ଶେଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା  । ସତ୍ୟବାଦୀରେ ଜୟନ୍ତ ଷଢ଼ଙ୍ଗୀଙ୍କୁ ବୁଦ୍ଧଜିବୀ ଓ ଯୁବକ ମାନେ  ପ୍ରଥମ ପସନ୍ଦ କରୁଥିବା ସାକ୍ଷୀଗୋପାଳ ବଜାରରେ ଆଲେଚନା ହୋଉଥିବା ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts