ବାଲିଗୁଡାରେ ବିଶ୍ବ ପାଇଖାନା ଦିବସ ପାଳିତ
ବାଲିଗୁଡା ---ବାଲିଗୁଡା ଠାରେ ପ୍ରଶାସନ ପକ୍ଷରୁ ବିଶ୍ବ ପାଇଖାନା ଦିବସ ପାଳନ କରାଯାଇଛି । ଏହି ଦିବସର ମୁଳ ଲକ୍ଷ୍ୟହେଲା ସ୍ବଛଭାରତ ସୁସ୍ଥ ଭାରତ ।ଏହି କାଯ୍ୟକ୍ରମରେ ବାଲିଗୁଡା ଉପଜିଲ୍ଲାପାଳ ଯୋଗଦାନ କରି ସବୁଜ ପତକା ଦେଖାଇ ଏହି ଗଣଦୌଡ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ଦୌଡ ପ୍ରତିଯୋଗିତାରେବିଜୁଯୁବବାହିନୀ,ସ୍କୁଲଛାତ୍ରଛାତ୍ରୀ,ସାମ୍ବାଦିକ ସମେତ ପ୍ରାୟ ଦୁଇଶହ ଯୁବକ ଅଶଂଗ୍ରହଣ କରଥିଲେ । ଏହି ଦୌଡ ପ୍ରତିଯୋଗିତା ବାଲିଗୁଡା ଆଦିବାସୀ କଲେଜରୁ ଆରମ୍ଭ ହୋଇ ସ୍ଥାନୀୟ ବିଜୁପଟନାୟକ ମିନି ଷ୍ଟାଡିଅମରେ ସମାପ୍ତ ହୋଇଥିଲା ।ଷ୍ଟାଡିୟମ ପରିସରରେ ସ୍ବଛ ଓ ସୁସ୍ଥ ଭାରତ ଉପରେ ଏକ ସମାରୋହ ସଭା ଆୟୋଜନ ହେବା ସହିତ କୃତି ପୁରୁଷ ବର୍ଗର ୧୦ଜଣ ଓ ମହିଳା ବର୍ଗର ୧୦ଜଣକୁ ବଛାଯାଇ ୧୯ତାରିଖରେ ମାନପତ୍ର ଦେବାପାଇଁ ପ୍ରଶାସନ ତରଫରୁ ସ୍ଥିର କରାଯାଇଥିବାର ଜଣାପଡିଛି । ବାଲିଗୁଡାରୁ ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା
baligudare biswa paaikhana dibasa palita
baligudare biswa paaikhana dibasa palita
by banabasi pradhan, manoj panda
Sakhigopal News