କଂଗ୍ରେସ ପକ୍ଷରୁ ବଳପୁର ଠାରେ କର୍ମୀ ବୋଠକ
ସାକ୍ଷୀଗୋପାଳ --- ଆଜି ସଂଧ୍ୟା ରେ ସତ୍ୟବାଦୀ ବ୍ଳକର ବଳପୁର ପଞ୍ଚାୟତ ରେ କଂଗ୍ରେସ ପକ୍ଷରୁ ସ୍ଥାନୀୟ ସାଗରସ୍ନାନ ମେଳଣ ପଡିଆ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇଥିଲେ। ସତ୍ଯବାଦୀ ବ୍ଳକର ପୂର୍ବତନ ଅଧ୍ଯକ୍ଷ ଜୟନ୍ତ ହୋତା, ଶଙ୍କର ପ୍ରଧାନ, କାଁହୁ ଚରଣ ପ୍ରଧାନ, ଦେବ ଲୋଭନ, ସୁରେନ୍ଦ୍ର ସାହୁ, ପ୍ରଭାକର ପ୍ରଧାନ, ଲିଙ୍ଗରାଜ ବେହେରା, ସରପଞ୍ଚ ସୁବାଷ ମହାପାତ୍ର, ଦେବାଶିଷ ମିଶ୍ର, ପ୍ରହଲ୍ଲାଦ ମଲିକ, ଅମୁଲ୍ୟ ଜେନା, ଦୁର୍ଗା ପ୍ରସାଦ ମିଶ୍ର, ନୀଳକଣ୍ଠ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ । ବଳପୁର ପଞ୍ଚାୟତରେ କଂଗ୍ରେସ ଦଳକୁ ମଜବୂତ କରିବା ପାଇଁ ଏକ କମିଟି ଗଠନ କରଯାଇଛି। କମିଟିର ସଭାପତି ଭାବରେ ଶିଖର ବେହେରା ଙ୍କୁ ଉପସ୍ଥୀତ ଥିବା କର୍ମୀମାନେ ମନୋନୀତ କରାଯାଇଛି । ତାଙ୍କ ସହ ୩୦ ଜଣଙ୍କୁ ନେଇ ଏକ କମିଟି ଗଠନ କରଯାଇଛି। ଏହି ସଭାରେ ୩୦୦ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି