ଆନନ୍ଦପୁର ହାଣ୍ଡୋଳାଇ ଠାକୁରାଣୀଙ୍କ ପୀଠରେ ବିଶ୍ବଶାନ୍ତି ମହାଯଞ ଅ
ସାକ୍ଷୀଗୋପାଳ-----ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ମା ହାଣ୍ଡୋଳାଇ ଠାକୁରାଣୀଙ୍କ ପୀଠରେ ତ୍ରୟୋଦଶ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଭାର୍ଗବୀ ନଦୀରୁ ଘଟ ବୁଡାଯାଇ ଆସିବା ପରେ ବାହ୍ମଣ ମାନଙ୍କ ଦ୍ୱାରା ଅଭିମନ୍ତିତ କରାଯାଇ ଘଟ ସ୍ଥାପନ କରାଯିବା ପରେ ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା, ଅଗ୍ନିସ୍ଥାପନ, ସପ୍ତଚଣ୍ଡୀ ପାଠ ଆଦି କରାଯାଇଥିଲା । ଯଜ୍ଞ କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ କରାଯାଉଛି । ପୁଜକ ହରିହର ପଣ୍ଡା, ପଣ୍ଡିତ ନବ କିଶୋର ମିଶ୍ର, ସହଯୋଗୀ ବିଶ୍ୱନାଥ ପଣ୍ଡା ଯଜ୍ଞ କାର୍ଯ୍ୟ ସମାପନ କରିଥିବା ବେଳେ କର୍ତ୍ତା ଭାବରେ ସୁକାନ୍ତ କୁମାର ପଣ୍ଡା ରହିଥିଲେ । ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯିବା ସହ ସମସ୍ତ ଘର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ପ୍ରଦୀପ ଜଳୁଥିବାର ଦେଖାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଯଜ୍ଞ କମିଟିର ସେକ୍ରେଟେରୀ ରାଜେସ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଗ୍ରାମବାସୀ ଓ ଉପସ୍ଥିତ ଥିବା ଲୋକମାନଙ୍କୁ ପ୍ରସାଦ ପ୍ରଦାନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Aananda pur handolai thakuraninka pithare biswasanti Maha jagyan Anuthita
News By - Dhirendra Senapati ( Sakhigopal )
Sakhigopal News