ଯୁବକଙ୍କ ଠାରୁ ବନ୍ଧୁକ ଜବତ, ଚାରି ଯୁବକ ଅଟକ
ପିପିଲି / ଡେଲାଙ୍ଗ--- ପିପିଲି ଥାନା ଅନ୍ତର୍ଗତ ନାରଣଖେତା ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଚାଲିଥିବା ବେଳେ ସେଠାରେ ୪ଜଣ ଯୁବକ ଆତଙ୍କ ସୃଷ୍ଟି କରୁଥିବା ସମୟରେ ପିପିଲି ପୁଲିସ ସେମାନଙ୍କୁ ଅଟକ ରଖିଛି । ସେମାନଙ୍କ ଠାରୁ ଗୋଟିଏ ଦେଶି ବନ୍ଧୁକ ସହ ଦୁଇଟି ବାଇକି ଏବଂ ମୋବାଇଲି ପୁଲିସ ଜବତ କରିଛି । ଖବର ଅନୁସାରେ ନାରଣଖେତା ଗ୍ରାମରେ କାର୍ତ୍ତିକେଶ୍ୱର ପୁଜା ଚାଲୁଥିଲା । ସେଥିପାଇଁ କଂଣ୍ଟି-କେନାଲ ବନ୍ଧ ରାସ୍ତାରେ ଲୋକଙ୍କ ଗହଳି ଲିଗିଥିଲା । ସେହି ବାଟ ଦେଇ୪ଜଣ ଯୁବକ ଦୁଇଟି ବାଇକି ନେଇ ଯିବା ବାଟରେ ଉପସ୍ଥିତ ଥବା ଲୋକ ମାନଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳି ଗୁଳଜ କରିବା ସହ ଧମକ ଚମକ ଦେଇଥିଲେ । ନାରଣଖେତା ଗ୍ରାମର ମୁରବି ଲକ୍ଷ୍ମିଧର ପ୍ରଧାନ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଏକ ଯୁବକ ବନ୍ଧୁକ ବାହରକରି ଲକ୍ଷ୍ମିଧର ଙ୍କ ପେଟରେ ଲଗାଇ ଦେଇଥିଲା । ସେଠାରେ ଉପସ୍ଥିତ ଥିବା ଯୁବକମାନେ ସାହାସର ସହ ସେମାନଙ୍କୁ କାବୁକରି ନେଇ ପିପିଲି ପୁଲିସ କୁ ଖବର ଦେଇଥିଲେ ।ପିପିଲି ଥାନା ଅଧିକାରି ଶରତ କୁମାର ସାହୁ,ଏଏସ୍ଆଇ ବିନୟ କୁମାର ଦାସ ପ୍ରମୁଖ ଘଟଣାସ୍ଥଳେ ପହଂଚି ୪ଜଣ ଯୁବକଙ୍କୁ ଧରିବା ସହ ତାଙ୍କ ଠାରୁ ଗୋଟିଏ ଦେଶି ବନ୍ଧୁକ ସହ ଦୁଇଟି ବାଇକି ଓ ମୋବାଇଲି ଫୋନ ଜବତ କରିଛନ୍ତି । ଉକ୍ତ ଯୁବକ ମାନେ ଡେଲାଙ୍ଗ ଥାନା ଜଗଦଳପୁର ଗ୍ରାମର ଚନ୍ଦ୍ରକାନ୍ତ ବଳବନ୍ତରାୟ ଓରଫ ତିଲୁଆ (୨୨),ଦୃର୍ଗାମାଧବ ପାତ୍ର(୨୬)ସୁର୍ଯ୍ୟକାନ୍ତ ମହାପାତ୍ର(୨୧)ଓ ଗଡ କାଳୁପଡା ଗ୍ରାମର ଅବିନାଶ ହରିଚନ୍ଦନ(୧୯)କୁ ପିପିଲି ପୁଲିସ ଅଟକ ରଖି ପଚାରା ଉଚରା କରିବା ସହ ସେମାନଙ୍କ ନାମରେ ଅପରାଧିକ ମାମଲା ବିବରଣି ଜାଣିବା ପାଇଁ ବିଭିନ୍ନ ଥାନାକୁ ଯୋଗାଯୋଗ କରି ତଦନ୍ତ ଚଳାଇଥିବା ପୋଲିସଙ୍କ ଠାରୁ ସୁଚନା ମିଳିଛି । ପିପିଲିରୁ ବିଜୟ ମହାପାତ୍ର ଓ ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Jubaka tharu bandhuka jabata chati jubaka atak
News By - Bijaya mahapatra ( Pipili ) Dhirendra Senapati ( Delanga )
Sakhigopal News
Pipili News