ଅଁଳା ଗଛକୁ ପୂଜାକଲେ ; ସିଦ୍ଧବଳରାମଙ୍କ ପୀଠରେ ରୋଷୋଇ କଲେ
ସାକ୍ଷୀଗୋପାଳ -- କାର୍ତ୍ତିକ ମାସ ନବମିତିଥିରେ ଅଁଳା ଗଛକୁ ପୂଜା କଲେ କୋଟିପୂର୍ଣ୍ଣ ମିଳେ ବୋଲି କୁହାଯାଏ । ପ୍ରତିବର୍ଷ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ମା ରାଧାଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ଥିବା ଅଁଳା ଗଛ ମୁଳରେ ପଞ୍ଚମୁରୁଜ ପକାଇବା ସହ ନୂତନବସ୍ତ, ଶଙ୍ଖା, ସିନ୍ଦୁର, ଫୁଲ,ଦ୍ବୀପ ଧୂପ ଦେଇ ହବିଷାଳୀ ,ସାଧୁ, ସନ୍ଥ ଭକ୍ତମାନୈ ହରିବୋଲ ହୁଳହୁଳି ପକାଇ ପୃଜା କରୁଥିବାର ଦେଖାଯାଇଥିଲା । ସେହିପରି ଆଜି ଜଗନ୍ନାଥଙ୍କ ଅଜା ଭାବରେ ପରିଚିତ ବକୁଳବନରେ ପୂଜିତ ସିଦ୍ଧବଳରାମଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗିଥିଲା । ହବିଷାଳି ମାନେ ଆଜି ଗୋଟିଏ ଦିନ ବଳରାମଙ୍କ ପୀଠରେ ରୋଷୋଇ କରି ଖାଇଥାନ୍ତି । ସେହିପରି କେତେକ ମାନସିକ ଧାରି ମାନେ ପୀଠରେ ରୋଷୋଇ କରି ସେଠାରେ ଥିବା ଅଁଳାବୃକ୍ଷ ମୃଳରେ ଅର୍ପଣ କରି ପ୍ରସାଦ ଭାବରେ ପାଇଥାନ୍ତି ଏବଂ ପରମ୍ପରା ଅନୁଯାୟୀ ସେଠାରେ ହାଣ୍ଡି ଭାଙ୍ଗିଥାନ୍ତି । ସିଦ୍ଧବଳରାମ ସେବକ ମାନେ ଠାକୁରଙ୍କ ପାଖରେ ଏଣ୍ଡୁରୀପିଠା ସହିତ ଅନ୍ନ, ଡାଲି , ତରକାରି ଭୋଗ କରିଥାଆନ୍ତି । ଭକ୍ତ ମାନେ ପ୍ରସାଦ ଭାବରେ କିଣିକି ଖାଉଥିବା ବେଳେ କିଛି ଲୋକ ଘରକୁ ନେଉଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Aalanabami era aalan