ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଞାନ ଓ ପରିବେଶ ପ୍ରଦର୍ଶନୀ ମେଳା
ସାକ୍ଷୀଗୋପାଳ–----ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ଓ ପରିବେଶ ପ୍ରଦର୍ଶନୀ ଉତ୍ସବ ଉଦ୍ଘାଟନ ହୋଇଯାଇଛି । ଆରମ୍ଭରୁ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତରେ ମାଲ୍ୟର୍ପଣ ଓ ଗୋପବନ୍ଧୁ ଶେଷ ନିଶ୍ବାସ ତ୍ଯାଗ ସ୍ଥଳରେ ଅତିଥି ମାନେ ଫୁଲ ଦୀପ ପ୍ରଦାନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିବା ସହ ଅନୁଷ୍ଠିତ ସଭାରେ ବିଜ୍ଞାନର ଉପକାରିତା ଉପରେ ମତ ରଖିଥଲେ । ସମ୍ମାନୀତ ଅତିଥି ଭାବରେ ମଣ୍ଡଳ ଶିକ୍ଷା ଅଧିକାରୀ ଧୃବ ଚରଣ ଦାଶ, ସମ୍ମାନୀତ ଅତିଥି ମଣ୍ଡଳ ଶିକ୍ଷା ସହ ଅଧିକାରୀ ତ୍ରିଲୋଚନ ପ୍ରଧାନ, ପ୍ରମୋଦା ଦାଶ ମୁଖ୍ୟବକ୍ତା ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ବଳଭଦ୍ର ପୂଜାପଣ୍ଡା ଯୋଗ ଦେଇ ବିଜ୍ଞାନ ଆମ ଜୀବନ ସହିତ ଜଡିତ ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ସଭାରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ମେଳାର ସମ୍ପାଦକ ବିଜୟ କୁମାର ପରିଡା ସଭାପତିତ୍ୱ କରିଥିଲେ । ସିଆରସିସି କ୍ଷୀରୋଦ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ବିଜ୍ଞାନ ମେଳାରେ ପ୍ରାୟ ୧୮୦ଟି ପ୍ରକଳ୍ପ ସ୍ଥାନ ପାଇଛି । ବିଜ୍ଞାନ ପ୍ରଦର୍ଶନୀ ମେଳା ଦେଖିବା ପାଇଁ ପିଲା ମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିବାର ଦେଖାଯାଇଥିଲା । ବିଦ୍ଯାଳୟର ଏନ ସିସି ଓ ଜିଆରଏସ ପିଲାମାନେ ଛାତ୍ର ଛାତ୍ରୀ ମାନଙ୍କୁ ବିଞାନ ପ୍ରଦର୍ଶନୀ ବୁଲିକି ଦେଖିବାରେ ସହଯୋଗ କରିଥିଲେ । ସିଆରସିସି ବସନ୍ତ କୁମାର ସ୍ବାଇଁ , ଶିକ୍ଷକ ସଂଘର ସମ୍ପାଦକ ସୁନୀଲ କୁମାର ବେହେରା ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ପାଣି ,ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉଦଘାଟନି ମେଳାରେ ସହଯୋଗ କରିଥଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,