Breaking News

ଅବସରପ୍ରାପ୍ତ ସେନା କର୍ମଚାରୀ ଯୁଦ୍ଧରେ ସାମିଲ ହେବାପାଇଁ ପ୍ରସ୍ତାବ


 ଜଟଣୀ --ଅପରେସନ ସିନ୍ଦୁର ପରେ ଆତଙ୍କବାଦର ଦେଶ ପାକିସ୍ତାନ ଥରହର ହୋଇପଡିଛି। ଆମର ବୀର ଯବାନ ମାନେ କୁଟନୀତି ଓ ଆକ୍ରମଣ କୁ ପ୍ରତିହତ କରି ପାଲଟା ଜବାବ ଦେଇଛନ୍ତି। ସାରାଦେଶର ନାଗରିକ ବର୍ତ୍ତମାନ ଭାରତୀୟ ସେନା ସହିତ ଛିଡାହେଇଛନ୍ତି। ଏହିପରିପେକ୍ଷୀରେ ଜଟଣୀରେ ସଂଗଠିତ ହିନ୍ଦୁ ପରିବାର ତରଫରୁ ତ୍ରିରଙ୍ଗା ଓ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ଏହି କାର୍ଯ୍ୟ କ୍ରମରେ ଅନେକ ଅବସର ପ୍ରାପ୍ତ ସେନାଅଧିକାରୀ ସାମିଲ ହୋଇଥିଲେ। ଦରକାର ପଡିଲେ ଅବସର ନେଇଯାଇଥିବା ସେନା କର୍ମଚାରୀ ମାନେ ଯୁଦ୍ଧରେ ସାମିଲ ହେବାପାଇଁ ପଛଘୁଞ୍ଚା ଦେବେନାହିଁ ବୋଲି କହିଛନ୍ତି।ଏହି ଶୋଭାଯାତ୍ରା ଟିକୁ ଅନିଲ ବିଶ୍ୱାଳ ପରିଚାଳନା କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୫/୨୦୨୫----୯,୩୫ Sakhigopal News,12/5/2025

Blog Archive

Popular Posts