Breaking News

ଅଜଣା ଗାଡି ଧକ୍କାରେ ମଟରସାଇକେଲ ଆରୋହୀ ଗୁରୁତର

ସାକ୍ଷୀଗୋପାଳ--- ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥ ୩୧୬ର ସତ୍ୟବାଦୀ ବ୍ଳକ ଛକ ନିକଟ ଜୟଗୁରୁ ଆଶ୍ରମ ନିକଟରେ ଏକ ଅଜଣା ଗାଡି ମଟର ସାଇକେଲ ପଛକୁ ପିଟିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଢ଼ୋଲ ଗ୍ରାମର ଟିମ ମହାପାତ୍ର ( ୨୨) ଓ ଅନ୍ୟ ଜଣେ ଏକ ୟାମାହା ମଟର ସାଇକେଲରେ ପୁରୀ ଆଡକୁ ଯାଉଥିଲେ  । ପଛରୁ  ଦ୍ରୁତ ଗତିରେ ଏକ ଗାଡି ମଟର ସାଇକେଲକୁ ପିଟିବାରୁ ମଟର ସାଇକେଲ ରାସ୍ତାରେ ଘୋଷାଡି ହୋଇ ପଡିଥିଲା । ଯାହାକି ଏକ ଶଦ୍ଧ ହୋଇଥିଲା  । ସେଠାରେ ଜୟପୁର ଗ୍ରାମର ପ୍ରଭୁଦତ୍ତ ପ୍ରଧାନ, ବିଶ୍ୱନାଥ ବେହେରା, ରବି ଭୋଇ ଓ ଗୁଡୁଲ ସଙ୍ଗେ ସଙ୍ଗେ ଦୁର୍ଘଟଣା ଗସ୍ତ ଯୁବକଙ୍କୁ  ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ  । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ୬ ନଂ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ମାତ୍ର ମଟର ସାଇକେଲ ପଛରେ ଦୀପକ କାଣ୍ଡି ବସିଥିଲେ ତାଙ୍କର ସାମାନ୍ୟ ଖଣ୍ଡିଆ ଖାବେରା ହୋଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Ajana GadI dakera moter

Blog Archive

Popular Posts