ଯୁବକର ସନ୍ଦେହ ଜନକ ମୃତ୍ଯୁ
ସାକ୍ଷୀଗୋପାଳ----- ସତ୍ଯବାଦୀ ବ୍ଳକର କେତକି ପାଟଣା ଗ୍ରାମ ପଞ୍ଚାଯତର ରୁଦୁପୁର ଗ୍ରାମର ଧଡିଆ ଭୋଇ (୪୫)ଙ୍କର ସନ୍ଦହ ଜନକ ଆଜି ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଧଡିଆ ପାନ ବେପାର କରି ପରିବାର ଚଳାନ୍ତି । ଆଜି ସକିଳୁ ନୀତକର୍ମ ସାରି ସାଇକେଲରେ ଘର ଠାରୁ କିଛି ବାଟ ଆସିବା ପରେ ବା ଚିଲପାଟଣା ମେଳଣ ପଡିଆ ରାସ୍ତା କରରେ ସାଇକେଲ ସହ ମୁହଁ ମାଡିକି ତଳେ ପଡିଥିଲେ । ଲୋକମାନେ ଏହା ଦେଖି ତୁରନ୍ତ ଧଡିଆଙ୍କ ପରିବାରଙ୍କୁ ଖବର ଦେଇଥିଲେ । ପରିବାର ଲୋକମାନେ ଆସୀ ଦେଖିଲା ବେଳକୁ ତାଙ୍କର ମୃତ୍ଯୁ ହୋଇଯାଇଛି । କାନ ମୂଣ୍ଡା ପାଟିଯିବା ସହ ମାଡ ହୋଈଥିବା ଦାଗ ହୋଇଛି । ଧଡିଆଙ୍କ ସ୍ତୀ ଶାନ୍ତିଲତା ଭୋଇ ବଳଙ୍ଗା ଥାନାରେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ସ୍ବାମୀଙ୍କୁ ହତ୍ଯା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅଭୀଯୋଗକୁ ଭିତ୍ତିକରି ବଳଙ୍ଗା ଥାନି ଅଧୀକାରୀ ସୁଶାନ୍ତ କୁମାର ସାହୁ ଶବ ଜବତ କରି ଫରେନ୍ସି ବିଭାଗ ଦ୍ବାରା ଅନୁସନ୍ଦାନ କରିବା ପରେ ଶବ ବ୍ଯବଛେଦ ନୀମନ୍ତେ ପୁରୀ ପଠାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Jubakar sandheya Janka murtu