Breaking News

ବିଜେପିର ଜନ ପରାମର୍ଶ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସାକ୍ଷୀଗୋପାଳ------- ବିଜେଡିର ପଦଯାତ୍ରାକୁ ଟକର ଦେବା ପାଇଁ ବିଜେପି ଜନ ଜଗାରଣ ପଦଯାତ୍ରା ଆରମ୍ଭ କରିଛି । ବିଜେଡି ସରକାରଙ୍କ ବିଫଳତା ଓ ଜନ ସାଧାରଣଙ୍କ  ସମସ୍ଯାର ଦୂର କରିବା ପାଇଁପୁରୀ ଜିଲ୍ଳାରେ ଆସନ୍ତା ୧୫ ତାରିଖରୁ ଜନ ଜାଗରଣ ଫଦଯାତ୍ରା କରିବ ଏଥିପାଇଁ ସାକ୍ଷୀଗୋପାଳ ସ୍ଥିତ ଦଳୀୟ କାର୍ଯ୍ଯାଳୟରେ ଅନୂଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଳା ସଭାପତି ପ୍ରଭଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜିଲ୍ଳାର ୬ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ, ଜିଲ୍ଳା ପଦାଧୀକାରୀ,ରାଜ୍ଯ ସ୍ତରୀୟ ନେତୃମଣ୍ଡଳୀ,ବିସ୍ତାରତ ପ୍ରଭାରୀ ଏବଂ ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ ରୂପାୟନ ଦେବା ପାଇଁ ଆଲୋଚନାରେ ଅଂଶ ଗ୍ରଦଣ କରିଥିଲେ । ଏହି ପ୍ରସ୍ତୂତି ବୈଠକରେ ରାଜ୍ଯ ସଗଂଠନ ମହାମନ୍ତୀ ମାନସ ମହାନ୍ତି, ରାଜ୍ଯ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଓ କୃଷ୍ଣ ଜଗଦେବ ଯୋଗଦେଇ ପଦଯାତ୍ରାକୁ ସଫଳ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଗୁରୂମନ୍ତ ଦେଇଥିଲେ ।ବିଶ୍ବଜିତ ବଡଜେନା ଜିଲ୍ଳା ଉପସଭାପତି ବୈଠକରେ ସଂଯୋଜନା କରିଥିଲେ । ଅନ୍ଯ ମାନଙ୍କ ମଧ୍ଯରେ ମହିଳା ମୋର୍ଚ୍ଚାର ରାଜ୍ଯ ସଭାନେତ୍ରୀ ପ୍ରଭାତୀ ପରିଡା ,ଯୁବ ନେତା ଓମ ପ୍ରକାଶ ମିଶ୍ର ,ଗାୟତ୍ରୀ ଦାଶ,ତୁଷାର କାନ୍ତ ବେହେରା , ଆଶ୍ରିତ ପଟ୍ଟନାୟକ ଓ ଡ. ବିଶ୍ବନାଥ ରଥ ପ୍ରମୂଖ ଯୋଗଦେଇଥିଲେ । ମଣ୍ଡଳ ଉପସଭାପତି ଅମର ଶତପଥୀ ଧନ୍ଯବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Bjpur Jana jagarana padajatrya panhi prasurti beitoka

Blog Archive

Popular Posts