ମଣ୍ଡଳ ସ୍ତରୀୟ ଜନଜାତି ମହୋତ୍ସବରୋ ; ଗାଇ ଗୋରୁ ମଣିଷ ଏକାଠି ଖାଇଲେ
ବାଲିଗୁଡା/କନ୍ଧମାଳରୁ----ବାଲିଗୁଡା ସଭାଗୃହ ଠାରେ ସତନ୍ତ ଉନ୍ନୟନ ପରିଷଦ କନ୍ଧମାଳଙ୍କ ପକ୍ଷରୁ ମଣ୍ଡଳ ସ୍ତରୀୟ ଜନଜାତି ମହୋତ୍ସବ ୨୦୧୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ପଞ୍ଚାୟତରୁ ଜନଜାତୀର ପ୍ରାୟ ତିନିଶହ ମହିଳା ଓ ପୁରୁଷ ଅଶଂଗ୍ରହଣ କରିଥିଲେ । ଏହି ମହୋତ୍ସବରେ ବାଲିଗୁଡା ଉପଜିଲ୍ଲାପାଳ,ଏନ୍ଏସି ଅଧ୍ୟକ୍ଷା ସମେତ ପରିଚାଳନା ଦାଇତ୍ବରେ ଥିବା ବିଡିଓ ଓ weo ଦିପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ।ଏହି ମହୋତ୍ସବର ହେବାର ଲକ୍ଷ ପଞ୍ଚାୟତରେ ଜନଜାତିର ମହିଳା ଓ ପୁରୁଷ ମାନଙ୍କ କଳା,ନୃତ୍ୟକୁ ଲୋକଲୋଚନକୁ ଆଣିବା ଓ ପ୍ରସାର କରିବା । ଏଥିପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚକରି ଏହି ମହୋତ୍ସବ ପାଳନ କରାଯାଊଛି । କିନ୍ତୁ ଦୁର୍ଭାଗ୍ୟର ବିଷୟଯେ ଯେଉଁ ଜନଜାତି ମହିଳା ଓ ପୁରୁଷ ବର୍ଗର ଲୋକମାନଙ୍କ ପାଇଁ ଏହି ମହୋତ୍ସବ ପାଳନ କରାଯାଉଛି ସେହି ଜନଜାତିର ଲୋକମାନଙ୍କୁ ଅଣଦେଖା ହୋଇଥିବା ଜନଜାତିର ଲୋକମାନେ ଅଭିଯୋଗ କରିଛନ୍ତି । ଜନଜାତିର ମହିଳା ଓ ପୁରୁଷ ମାନଙ୍କୁ ରାସ୍ତା ଉପରେ ଗାଈ ଗୋରୁଙ୍କ ସହିତ ଖାଇବାକୁ ଦିଆଯିବା ସହ ଡ୍ରେନ,ଅଳିଆ ଆର୍ବଜନା ସ୍ଥାନରେ ଯେଉଁଠାରେକି କୁକୁର,ଘୁଷୁରି,ଗାଇ ଖାଉଥିବାର ଦେଖିବାକୁ ମିଳିଥିଲା ।ଖାଦ୍ୟରେ ଭାତ,ଡାଲି,ଲୁଣ,ଲଙ୍କାଖଣ୍ଡେ ନିମ୍ନମାନର ଖାଦ୍ୟ ଜନଜାତିର ଲୋକମାନଙ୍କୁ ଅପରିବେଶରେ ଖାଇବାକୁ ଦିଆଯାଇଥିଲା ବୋଲି ସୋମାନେ କହନ୍ତି । ଅନ୍ୟପକ୍ଷେ ସଭାଗୃହ ଭିତରେ ଟେବୁଲରେ ବସି ଅତିଥି ମାନଙ୍କ ସହିତ ବିଡିଓ ନରେଶଚନ୍ଦ୍ର ଶବର,weo ଓ ବ୍ଳକ କର୍ମଚାରିମାନେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ଅପରିଷ୍କାର ପରିବେଶରେ ନିମ୍ନମାନର ଖାଦ୍ୟ ଖାଇବାକୁନେଇ ଜନଜାତିର ମହିଳା ଓ ପୁରୁଷମାନେ ଅଭିଯୋଗ କରିବାରୁ କିଛି ଲୋକଙ୍କୁ ଖାଦ୍ୟ ଦିଆନଯିବାରୁ ଭୋକରେ ରହିଥିବା ମଧ୍ୟ ଅଭିଯୋଗ ହୋଇଅଛି ।ଏହି ବିଷୟରେ ପରିଚାଳନା ଦାଇତ୍ବରେ ଥିବା ବାଲିଗୁଡା WEOଙ୍କୁ ପଚାରିବାରୁ ମୁଁକିଛି କହିପାରିବି ନାହିଁ ଆପଣ ଯାହା ପଚାରିବାର ଅଛି ବିଡିଓ ନରେଶଚନ୍ଦ୍ର ଶବର ସାରଙ୍କୁ ପଚାରନ୍ତୁ ବୋଲି କହିଥିଲେ । ଆମ୍ଭେ ଏବିଷୟରେ ବିଡିଓ ମହାଶୟଙ୍କ ପ୍ରତିକ୍ରିୟା ଚାହିଁବାରୁ ବିଡିଓ ଆମକୁ ଦୁବ୍ୟବହାର ପ୍ରର୍ଦଶନ କରିବା ସହିତ ତମେକିଏ ,ତୁମର ଯାହାଇଛା ତାହାକର ମୁଁ କିଛି ଉତ୍ତର ଦେଇପାରିବିନାହିଁ କହି ଆମକୁ ଅଣଦେଖାକରି ଚାଲିଯାଇଥିଲେ । ଗତକାଲି ବିଡିଓଙ୍କ ମନମୁଖୀ କାଯ୍ୟକୁ ନେଇ ପଞ୍ଚାୟତର ସମିତିସଭ୍ୟ,ସରପଞ୍ଚ,ବ୍ଳକ ଅଧ୍ଯକ୍ଷ ମିଳିତ ଭାବରେ ବ୍ଳକରେ ଚାବି ପକାଯାଇଥିବା ଘଟଣା ଖବର ପ୍ରକାଶ ହେବାରୁ ବିଡିଓ ଗଣପ୍ରତିନିଧିଙ୍କ ଉପରେ ରାଗି ଯାଇଥିବା ଜଣାପଡିଛି । ଭୋକ ବିକଳରେତାଟିଆ କାମୁଡିବା ନୀତି ବିଡିଓ ଆପଣେଇଛନ୍ତି ବୋଲି ଜନସାଧାରଣରେ ଆପଣେଇଛନ୍ତି ବୋଲି ବେଶ ଆଲୋଚନା ହୋଉଛି । ଏଥିରୁ ଜଣାପଡୁଛି ଜନଜାତି ମହୋତ୍ସବକୁ ଆସିଥିବା ଟଙ୍କାକୁ ହଡପ କରିବାକୁ ବିଡିଓ ଓ WEOଙ୍କ ଏହା ଏକ ଚକ୍ରାନ୍ତ ବୋଲି ଜନଜାତିର ଲୋକମାନେ ପ୍ରକାଶ କରିବା ସହିତ ଏହି ମହୋତ୍ସବକୁ କେତେଟଙ୍କା ଆସିଛି କେଉଁକେଉଁ ବାବଦରେ କେତେଟଙ୍କା ଖର୍ଚ ହୋଇଛି ଏହା ଏକ ଉଚସ୍ଥରିୟ ତଦନ୍ତ କରିବାକୁ ଜନଜାତିର ଜନସାଧାଣ ପ୍ରଶାସନ ପାଖରେ ଦାବୀ କରିଛନ୍ତି । ବାଲିଗୁଡାରୁ --- ବନବାସି ପ୍ରଧାନ ଓ କନ୍ଧମାଳରୁ ---ମନୋଜ ପଣ୍ଡା
mandala staria janajati mohostav gai goru manisha ekathi khaile
by banabasi pradhan, manoj panda
sakhigopal news