Breaking News

ଆନନ୍ଦ ବଜାରରେ ଲାଗିବ ଦର ତାଲିକା : ହେବ ପରୀକ୍ଷା ମୂଳକ ରୋଷୋଇ

ପୁରୀ--ପୁରୀ ଜଗନ୍ନାଥ ମନ୍ଦିର ଆନନ୍ଦ ବଜ଼ାର ରେ ଆଉ ମହାପ୍ରସାଦ ଦର ମନଇଚ୍ଛା ନିଆ ଯାଇପାରିବ ନାହିଁ। ମହାପ୍ରସାଦ ଦର ନିର୍ଦ୍ଧାରିତ ହେବ । ସୁଆର ସେବକ ମାନେ କେତେ ଲାଭ ରଖି ମହାପ୍ରସାଦ ବିକ୍ରି କରିବେ ସେ ନେଇ ନିସ୍ପତି ନିଆଯିବ। ଆସନ୍ତା ରବିବାର ଦିନ  ପରୀକ୍ଷା ମୁଳକ ଭାବେ ଅବଢ଼ା ରନ୍ଧାଯିବ । ସୁଆର ଙ୍କ ଲାଭାଂଶ ପରେ କେତେ ରେ ଏହା ବିକ୍ରି ହେବ ତାହା ନିସ୍ପତି ହେବ। ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ , ପୁରୀ ଜିଲାପାଳ ଙ୍କ ଏକ ମିଳିତ ବୈଠକରେ ଗୁରୁବାର ଏହି ନିସ୍ପତି ହୋଇଛି। ସୂଚନା ଅନୁଯାୟୀ ମହାପ୍ରସାଦ ତଥା ଭୋଗ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେବ । ରୋଷେଇ ସରିବା ପରେ ଭୋଗ ରେ ବିନିଯୋଗ ହୋଇ ଥିବା ସମସ୍ତ ସାମଗ୍ରୀ ର ଦର କୁ ମିଶାଇ ଭୋଗ ଦର ନିର୍ଧାରଣ ହେବ। । ଭକ୍ତ ଙ୍କ ଅବଗତି ନିମନ୍ତେ ଏହି ଦର ତାଲିକା କୁ ଆନନ୍ଦ ବଜ଼ାର ଏବଂ ଶ୍ରୀମନ୍ଦିର ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଝୁଲାଇ ଦିଆଯିବ। ଏହି ଦର ଠାରୁ ଅଧିକ ଦର ନ ଦେବାକୁ ଭକ୍ତ ଙ୍କୁ ପରାମର୍ଶ ଦିଆଯିବ।
ନିମାପଡାରୁ ଜୟନ୍ତ କୁମାର ସେଠୀ
Màhaprasada

Blog Archive

Popular Posts