ମୃତ୍ୟ ପରେ ସର୍ବାଙ୍ଗ ଶରୀର ଦାନ କରିବେ ଶିକ୍ଷକ ଓ ସମାଜସେବୀ
ବରଗଡ -ବରଗଡ ବ୍ଲକ ଅନ୍ତର୍ଗତ ଶାସ୍ତ୍ରୀ ବିହାର ନିବାସୀ ଘାସୀରାମ ଦାସ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ। ମୃତ୍ତ୍ୟୁ ହିଁ ଚିରନ୍ତନ ସତ୍ୟ କିନ୍ତୁ ମୃତ୍ୟୁ ପରେ ମଧ୍ୟ ନିଜ ମୃତ ଶରୀର ସମାଜ ର କାମ ରେ ଆସିବ ଏହାକୁ ଠିକ ଭାବରେ ବୁଝିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଘାସିରାମ ଦାସ ଓ ନିଷ୍ଠା ମହିଳା ଶାଖା ର ସକ୍ରୀୟ ସଦସ୍ୟା ରିନା ମହାରଣା।ଗବେଷଣା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ମୃତ୍ୟୁ ପରେ ନିଜ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଚୁକ୍ତି କରିଛନ୍ତି ଉଭୟେ।ଏହି ସତକାର୍ଯ୍ୟ ପାଇଁ ନିଷ୍ଠା ପରିବାର ମତେ ଉତ୍ସାହ ଓ ପ୍ରେରଣା ଯୋଗଇ ଦେଇଛି । ସମାଜରେ ଏହି ଭଳି ଯଦି ଏହି କାର୍ଯ୍ଯକୁ ଗ୍ରହଣ କରନ୍ତି ଏବଂ ସର୍ବାଙ୍ଗ ଦାନ ପାଇଁ ଉତ୍ସର୍ଗୀକୃତ ହୁଅନ୍ତି ତେବେ ସେ ନିଜକୁ ଧନ୍ୟ ମନେ କରିବେ ବୋଲି ଘାସିରାମ ଦାସ କହିଛନ୍ତି । ଠିକ ସେହିପରି ନିଜ ଜନ୍ମ ଦିନ ରେ ତାଙ୍କ ର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଚୁକ୍ତି କରିଛନ୍ତି ନିଷ୍ଠା ପରିବାର ମହିଳା ଶାଖା ର ସକ୍ରୀୟ ସଦସ୍ୟା ସମାଜସେବୀ ରୀନା ମହାରଣା।ଏଭଳି ମହତ୍ ଚିନ୍ତା ଧାରା ପାଇଁ ନିଷ୍ଠା ପରିବାର ତରଫ ରୁ ଉଭୟ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ କରାଯାଇଛି। ଉଭୟେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ର ଆନାଟୋମି ବିଭାଗ କୁ ଯାଇ ଆମ ନିଷ୍ଠା ପରିବାର ର ମହିଳା ଶାଖା ସଂଯୋଜିକା ତ୍ରିପୁରା ସୂହୁଳା ଓ ସକ୍ରୀୟ ସଦସ୍ୟ ସୂତପା ଗଡତିଆ ଙ୍କ ଉପସ୍ଥିତି ରେ ଚୁକ୍ତି ପତ୍ର କରିଥିଲେ। ଯାହାକୁ ନେଇ ବରଗଡ଼ ରେ ବେଶ ଆଲୋଚନା ହେଉଛି। ବରଗଡ଼ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୧୦/୫/୨୦୨୫---୧୦,୧୫ Sakhigopal News,10/5/2025