Breaking News

ଟଙ୍କା, ସୂନା ପାଇଁ ସାଙ୍ଗର ମାକୁ ହତ୍ଯା

ଡେଲାଙ୍ଗ --- ଡେଲାଙ୍ଗ ଥାନା ୨୦୧୭ ମସିହାରେ ଚନ୍ଦ୍ରକୋଟ ଗ୍ରାମର ଜଣେ ମହିଳାଙ୍କୁ ଉଲଗ୍ନ ମୃତ୍ୟୁ ଘଟଣାର ପର୍ଦ୍ଧାଫାସ କରିଛି ଡେଲାଙ୍ଗ ପୋଲିସ  । ପ୍ରାୟ ଏକ ବର୍ଷପରେ ଡେଲାଙ୍ଗ ପୋଲିସକୁ ମିଳିଛି ସଫଳତା  । ପୋଲିସ ଆଜି ପିପିଲି ଏସଡିପିଓ ଦିଲୀପ କୁମାର ତ୍ରିପାଠୀ ଙ୍କ  କାର୍ଯ୍ୟାଳୟ ପରିସରରେ ସମ୍ବାଦିକ ସମ୍ମଳନୀ ଡକାଇ ଉକ୍ତ ଘଟଣାର ତଥ୍ୟ ଦେଇଛି । ମୃତ୍ୟୁ ବରଣ କରିଥିବା ପୁଷ୍ପଲତା ଦାଶଙ୍କ ପୁଅ ଲକ୍ଷ୍ମୀଧର ଦାଶଙ୍କ ସାଙ୍ଗ ମାନେ କିଛି ଟଙ୍କା ଓ ସୁନା ପାଇଁ ସାଙ୍ଗର ମାକୁ ହତ୍ୟା କରିଥିଲେ ବୋଲି ପୋଲିସ କହିଛି । ଏମାନେ ପ୍ରଥମେ ସନ୍ଦ୍ୟା ୭ ଟାରେ ଘର ପାଚୋରୀ ଡେଇଁ ଘରକୁ ପଶିଥିଲେ  । ସେହି ସମୟରେ ପୁଷ୍ପଲତା ଝାଡା ଯିବା ପାଇଁ ଏକ ଗାମୁଛା ପିନ୍ଦି ପାଇଖାନା ଘରକୁ ଯାଇଥିଲେ  । ସେଠାରେ ଏମାନେ ସମସ୍ତେ ମିଳିତ ଭାବରେ ସେଲେଟେପ ଦ୍ୱାରା ହାତଗୋଡ ,ପାଟି.ନାକ ସବୁ ଆଡେ ଗୁଡାଇ ଦେବା ସହ ପାଇଖାନା ଘରେ ପକାଇ ରଖିଥିଲେ  । ସୁନା ଓ ନଗଦ ଟଙ୍କା ଚୋରି କରି ନେଇ ପଳାଇଥିଲେ  । ମାତ୍ର ଅତି ଚତୁର ସହକାରେ ଅଭିଯୁକ୍ତ ଟୁଟୁ ( ପୁଷ୍କର ) ସାଙ୍ଗ ଲକ୍ଷ୍ମୀଧର ସହ ମିଶିକି ୧୫ ଦିନ ରହିଥିଲା  । ଯାହାକି ଲକ୍ଷ୍ମୀଧର କେବେ ବି ଟୁଟୁ ଉପରେ ବିଶ୍ୱାସ କରିନଥିଲା  । ମାତ୍ର ଟୁଟୁ ଅନ୍ୟ ସାଙ୍ଗ ମାନେ ଫେରାର ହୋଇଯାଇଥିଲେ  । ପ୍ରଥମେ ସୁନିଲ ପାତ୍ର (୨୨) ଘରକୁ ଆସିଥିଲା  । ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ସୁନିଲକୁ ଥାନାକୁ ଆଣି ତଦନ୍ତ କରିଥିଲା  । ମାତ୍ର ସୁନିଲ ଏଥିରେ ସପୁକ୍ତ ନାହିଁ ବୋଲି ସଫେଇ ଦେଇଥିଲା  । ମାତ୍ର ପୋଲିସ ହତ୍ୟାକାଣ୍ଡ ସମୟରେ କେତେକ ହାତ ଓ ପିଙ୍ଗର ପିଣ୍ଟ ପାଇଥିଲା  । ସେହି ପିଙ୍ଗର ପିଣ୍ଟି ସହିତ ସୁନିଲର ପିଙ୍ଗର ପିଣ୍ଟି ମିଶିଥିଲା  । ପୋଲିସ ଥ୍ରାଡ ଡିଗ୍ରୀ ବ୍ୟବହାର କରିବା ପରେ ସୁନିଲ ଆସ୍ତୋ ଆସ୍ତେ ସବୁକଥା ମାନି ଯାଇଥିଲା  । ଏହି କେସରେ କାଳିଆ ଓରଫ ରମେଶ ଚନ୍ଦ୍ର ପ୍ରଧାନ (୨୭) ଟୁଟୁ ଓରଫ ପୁଷ୍କର ପ୍ରଧାନ (୨୮) ଏମାନେ ମିଳିତ ଭାବରେ ଏହି ଘଟଣା ଘଟାଇଥିବା ମାନିଛନ୍ତି । ଡେଲାଙ୍ଗ ପୋଲିସ ୨୫୩/୧୭ରେ ହତ୍ୟା ଅଭିଯୋଗରେ ଆଜି କୋର୍ଟକୁ ପଠାଇଥିବା ଜଣାପଡିଛି । ସେମାନଙ୍କୁ ଜାମିନ ନ ମିଳିବାରୁ ଜେଲ ହାଜତକୁ ପଠାଯାଇଛି ବୋଲି ଥାନା ଆଇଆଇସି ଅସିତ କୁମାର ମହାନ୍ତିଙ୍କ ଠାରୁ ପ୍ରକାଶ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts