ବିଡିଓଙ୍କ ବିରୁଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ଜନଜାତି ସଂଘ ଦାବୀ କଲା
ବାଲିଗୁଡା----ଗତ ୧୪ତାରିଖରେ ଜନଜାତି ମହୋତ୍ସବକୁ ଆସିଥିବା ଜନଜାତିର ମହିଳା,ପୁରୁଷ ଓ ଶିଶୁ କଳାକାର ମାନଙ୍କୁ ଭାତ,ଡାଲି,ଲଙ୍କା ପରି ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯିବା ଓ ତାହା ପୁଣି ରାସ୍ତା ଉପରେ ଆର୍ବଜନା,ମଇଳା ସ୍ଥାନରେ ଯେଉଁଠି କୁକୁର,ଗାଇ, ଏକା ସଙ୍ଗେ ଖାଉଥିବାର ଦେଖିବାକୁ ମିଳିଥିଲା । କନ୍ଧମାଳରେ ରାତ୍ରସମୟରେ ହାଡଭଙ୍ଗା ଶୀତ ହୋଉଥିବା ବେଳେ ରାତ୍ରରେ ଖୋଲା ରାସ୍ତାରେ ଜନଜାତିର ଲୋକମାନଙ୍କୁ ଖାଇବାକୁ ଦିଆଯିବାକୁ ଜନଜାତିର ଲୋକମାନେ ଘୋର ବିରୋଧ କରିବା ସହିତ ବିଡିଓଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ଏବିଷୟରେ ମିଡିଆ,ପତ୍ରିକାରେ ବାରମ୍ବାର ପ୍ରକାଶିତ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବିଡିଓଙ୍କ ବିରୋଧରେ କୈଣସି କାଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିବାକୁ ନେଇ ଜନଜାତିର ଲୋକମାନେ ଉଦ୍ବବେଗ ପ୍ରକାଶ କରିଛନ୍ତି ।ଯଦି ପ୍ରଶାସନ ଜନଜାତିର ଲୋକମାନଙ୍କୁ ଏଭଳି ହଟହଟା କରିବାର ଥିଲା ତାହାହେଲେ ଜନଜାତିର ଲୋକମାନଙ୍କ ପାଇଁ ଏ ମହୋତ୍ସବ ପାଳନ ଆୟୋଜନ କରୁଥିଲା କାହିଁକି ବୋଲି ଜନଜାତିର ଲୋକମାନେ ପ୍ରକାଶ କରିଛନ୍ତି । ଏଭଳି ଭାବରେ ବିଡିଓ ସମିତି ସଭ୍ୟ,ସରପଞ୍ଚ,ବ୍ଳକଅଧ୍ୟକ୍ଷଙ୍କୁ ଅଣଦେଖା କରି ମନମୁଖୀ କାଯ୍ୟ କରୁଥିବାରୁ ଗତ ଦିନରେ ବ୍ଳକ ଅଫିସ ସମୁଖରେ ପଞ୍ଚାୟତ ପ୍ରତିନିଧୀମାନେ ତାଲା ପକାଇ ବିକ୍ଷୋଭ କରିଥିଲେ । ଏତିକିରେ ବିଡିଓଙ୍କ ମନ ବୁଝି ନ ଥିଲା ଯେ ସାମ୍ବାଦିକ ମାନଙ୍କୁ ଦୁବ୍ୟବହାର କରିବାକୁ ମଧ୍ୟ ବିଡିଓ ପଛଘୁଞ୍ଚା ଦେଇ ନଥିବାକୁ ନେଇ ବୁଦ୍ଧିଯିବି ଓ ସମାଜ ସେବିମାନେ ଘୋର ନିନ୍ଦା କରିଛନ୍ତି । ଜିଲ୍ଳା ପ୍ରଶାସନ ବିଡିଓଙ୍କ ବିରୁଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପଛରେ କିଛି ରହସ୍ଯ ରହିଛି ବୋଲି ଜଣସାଧାରଣରେ ଆଲୋଚନା ହୋଉଛି । ବିଡିଓଙ୍କ ବିରୁଧରେ କିର୍ଯ୍ଯାନୁଷ୍ଠାନ ଗ୍ରହଣ କରାନଯାଏ ତାହେଲେ ଆଗାମି ଦିନରେ ଯାହା ଘଟିବ ସେଥିପିଇଁ ଜିଲ୍ଳା ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ଜନଜାତିସଂଘ ପକ୍ଷରୁ କୁହାଯାଇଛି । କନ୍ଧମାଳରୁ ମନୋଜ ପଣ୍ଡା
BDO nka birudhare drudha karjanustan grahana pain janajati sangha dabi kala
By - Manoj Panda - Kandhamala
Sakhigopal News