Breaking News

ଡେଲାଙ୍ଗ ଗାଦିବ୍ରହ୍ମ କଲେଜରେ ବିଶ୍ବ ଐତିହ୍ଯ ଦିବସ ପାଳିତ

ଡେଲାଙ୍ଗ ----ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ କଲେଜ ପରିସରରେ ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି । ଏନ.ଏସ.ଏସ ୟୁନିଟ୍ ଓ କଲେଜର ଇତିହାସ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ଆଲୋଚନା ଚକ୍ରରେ କଲେଜର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ସଭାପତିତ୍ୱ କରି କହିଥିଲେ ଆଜିବି ବୃକ୍ଷର ଅବଦାନ ସମ୍ପର୍କରେ ଯେତେ କହିଲେ କମ ହେବ, ତାର ସମାଜ ପତି ଅବଦାନକୁ କେବେ ହେଲେ ଭୁଲିହେବନାହିଁ ବୋଲି ମତ ପ୍ରକାଶ କରିଥିଲେ ।  ମୁଖ୍ୟ ଅତିଥି ଭାବରେ ପରିବେଶବିତ୍ତବିଶ୍ୱଜିତି ପରିଡା ତାଙ୍କ ଅବିଭାଷଣରେ କହିଥିଲେ ଗ୍ଳୋବାଲ୍ ୱାମିଂ ସମଗ୍ର ବିଶ୍ୱ ପାଇଁ ଭୟାବହର ପ୍ରମୁଖ କାରଣ ବୋଲି ଶ୍ରୀ ପରିଡା ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ କହିଥିଲେ । ମୁଖ୍ୟବକ୍ତା ଭାବରେ ଖବରଦାତା ପ୍ରସନ୍ନ ତ୍ରିପାଠୀ ଯୋଗଦେଇ ଡେଲାଙ୍ଗରେ ଥିବା ଐତିହ୍ୟ ର ସୁରକ୍ଷା ପାଇଁ ଯୁବପିଢୀ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ ।  ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ ଅଧ୍ୟାପକ ଦେବାଶିଷ ରାୟ । ଅନ୍ୟ ମାନଙ୍କ ମଧ୍ଯରେ ଖବରଦାତା ସନ୍ତୋଷ ପଟ୍ଟନାୟକ ଉପସ୍ଥିତ ରହିଥିଲେ  । ବିଶ୍ୱ ଐତିହ୍ୟ ଦିବସ ଅବସରରେ ସ୍ଥାନୀୟ ଏତିହ୍ୟ, କଳା ସଂସ୍କୃତି, ସ୍ଥାପତ୍ୟର ସୁରକ୍ଷା ଉପରେ ଯୋଗଦେଇଥିବା ଅତିଥି ମାନେ ଗୁରୁତ୍ୱରୋପ କରିଥିଲେ । ଜନସାଧାରଣଙ୍କୁ ଏ ସମ୍ପର୍କରେ ସଚେତନତା କରିବା ପାଇଁ ଛାତ୍ର ଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ସାମିଲ ହୋଇଥିଲେ । କଲେଜର ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର ଧନ୍ୟବାଦ ଦେଇଥିଲେ ।   
ଡେଲାଙ୍ଗରୁ -- ଧୀରେନ୍ଦ୍ର ସେନାପତି 
Delanga Gadi Brahma College re biswa aitiha dibasa palita
News By - Dhirendra Senapati ( Delanga ) 
Sakhigopal News
Delanga News

Blog Archive

Popular Posts