ଡେଲାଙ୍ଗରେ ବିଶ୍ବ ପାଇଖାନା ଦିବସ ପାଳିତ
ଡେଲାଙ୍ଗ------ ଡେଲାଙ୍ଗ ବ୍ଳକର ହରିରାଜପୁର ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଦିନ ଜିଲ୍ଲା ଜଳ ଓ ପରିମଲ ମିଶନ ପୁରୀଙ୍କ ଦ୍ୱାରା ଏକ ସ୍ୱଚ୍ଛ ଓଡିଶା, ସୁସ୍ଥ ଓଡିଶା ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା ଅଭିଯାନକୁ ଡେଲାଙ୍ଗ ଜଳ ଓ ପରିମଳ ମିଶନର ସହକାରୀ ଯନ୍ତ୍ରୀ ଆଲୋକ ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ବିଜୟ ଲକ୍ଷ୍ମୀ ଓଝା, ସ୍ୱାଗତିକା ପ୍ରଧାନ , ମୋଟି ଭେଟର ମିନାକ୍ଷୀ ପ୍ରଧାନ, ମମତା ବରାଳ ଅଙ୍ଗନୱାଡି କର୍ମୀ, ପଞ୍ଚାୟତର ମହିଳା ମହାସଂଘର ସମ୍ପାଦିକା ସବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ବ୍ଳକର ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ମାସନ୍ତୀ ସାହୁ ଏହି ସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ବିଭିନ୍ନ ମହିଳା ସଂଗଠନ ଓ ଅଙ୍ଗନୱାଡି କର୍ମୀ ପ୍ରାୟ ସାତଶହରୁ ଅଧିକ ମହିଳା ଏଥିରେ ଯୋଗ ଦେଇଥିଲେ । ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଏହି ସଚେତନତା ର୍ୟାଲି ଯିବା ସହ ଗ୍ରାମ ଗୁଡିକ ସଫେଇí କରାଯାଇଥିଲା । ଏହି ଅବସରରେ ଅଙ୍ଗନୱାଡି 9 ମାନଙ୍କ ସହିତ ମହିଳା ମାନଙ୍କୁ ହାତଧୁଆ ସମ୍ପର୍କରେ ସଚେତନତା କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Delangare biswa paikhana dibasa palita
Delangare biswa paikhana dibasa palita
News By - Dhirendra Senapati ( Delanga )
Sakhigopal News