କାକଟପୁର ବିଜୁ ଜନତାଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା
କାକଟପୁର ----- ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଦେସ୍ଥଳି, ଇଶାନପୁର ଏବଂ ବ ଉଲାଂଗ ଆଦି ୩ଗୋଟି ପଂଚାୟତ ରେ ବିଜୁଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡିକରେ ବିଜୁ ଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ଶୋଭାଯାତ୍ରା କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ଯାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଜିନ୍ଦାବାଦ ଧ୍ଵନି ଦେଇଥିଲେ । କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରା ରେ ବୁ ଉଲାଂଗ ପଂଚାୟତ ସରପଞ୍ଚ କମଳାକାନ୍ତ କୁଅଁର, ବିଜେଡି ନେତା ବିଚିତ୍ରା ନନ୍ଦ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଜ୍ଯୋତି ରଂଜନ ନାୟକ,ଓ ଦେସ୍ଥଳି ସରପଞ୍ଚ ମୋହନ ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଜନସାଧାରଣ ଙ୍କ ନିମନ୍ତେ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଏହି ଜନହିତକର ଯୋଜନା ଗୁଡିକ ପହଞ୍ଚାଇବାକୁ ସାମଗ୍ରିକ ପ୍ରୟାସ ଜାରି ରଖିବା ପାଇଁ ଉପସ୍ଥିତ ଯୁବ ବିଜେଡି, ଛାତ୍ର ବିଜେଡି, ଓ ମହିଳା ମହାସଂଘ ର ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରେ ୩ଗୋଟି ପଞ୍ଚାୟତ ରୁ ପ୍ରାୟ ୭୦୦୦ ରୁ ଊର୍ଦ୍ଧ୍ବ ମହିଳା, ପୂରୁଷ କର୍ମୀ ଯୋଗ ଦେଇଥିଲେ।
ନିମାପଡାରୁ ଜୟନ୍ତ ସେଠୀ
Kakatapur BJD Jana sapmarka padajatra