Breaking News

ସଜେଇ ହୋଉଛି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ ---- କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳାଉତ୍ସବ ଆଉ ଗୋଟିଅ ଦିନ ପରେ ଆରମ୍ଭ ହେବାକୁ ଯାଉଛି l ଏନେଇ ରାଜ୍ୟ ସଂକୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି   l ଓଡ଼ିଶାରେ ହକି ବିଶ୍ଵ କପ କୁ ଆଖି ଆଗରେ ରଖି ଅର୍କକ୍ଷେତ୍ରକୁ ନବ ବଧୂ ପରି ସୁସର୍ଜିତ କରା ଯାଇଛି, ବିଦେଶୀ ଦର୍ଶକକୁ ଆଖିଆଗରେ ରଖି ପ୍ରାଶନିକ କ୍ଷେତ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି l         ଆସନ୍ତା ୧ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କୋଣାର୍କ ମହୋତ୍ସବ ଅନୁଷ୍ଠିତ ହେବ  ।   ଏହି ଉତ୍ସବକୁ ଦେଶ ତଥା ଦେଶ ବାହାରୁ ବହୁ ସଂଖ୍ୟକ କଳାକାର ମାନେ ଯୋଗ ଦେଇ ସେମାନଙ୍କ କଳାଚାତୁରୀକୁ ପଦର୍ଶନ କରିବେ  ମୁକ୍ତାକାଶ ରଙ୍ଗମଞ୍ଚରେ l।   ଘୁଙ୍ଗୁରର ତାଳେ ତାଳେ କମ୍ପି ଉଠିବ ଏହି ରଙ୍ଗମଞ୍ଚ   l      ସେହିପରି ଆନ୍ତର୍ଜାତିକ ବାଲୁକା କଳା ଚନ୍ଦ୍ରଭାଗା କୂଳରେ ଅନୁଷ୍ଠିତ ହେବ l ଏଥିରେ ଭାରତ ସମେତ ବିଦେଶର  ବହୁ ବାଲୁକା ଶିଳ୍ପୀ ମାନେ ଯୋଗଦେବେ l ବାଲୁକା କଳା ମାଧ୍ୟମରେ ହକି ବିଶ୍ଵକପ  ନିଶ୍ଚିତ  ସ୍ଥାନ ପାଇବ  ।  ବାଲୁକାକଳା ମାଧ୍ୟମରେ ଦେଶ ବିଦେଶର ଦର୍ଶକ ମାନଙ୍କୁ ଆକୃଷ୍ଟ କରିବେ ବାଲୁକା ଶିଳ୍ପୀ ମାନେ l  ବିଶ୍ଵ କପ ହକି କୁ ଆଖି ଆଗରେ ରଖି ପର୍ଯ୍ୟଟନ ବିଭାଗ ତରଫରୁ ଏକ ସ୍ବତନ୍ତ ଟୁର ପ୍ଯାକେଜ କରାଯାଇଛି ।  ଏହି ପାଞ୍ଚଦିନ କୋଣାର୍କ ଉତ୍ସବ ପାଇଁ ପୁରୀ ଭୁବନେଶ୍ୱର  ରୁ ପ୍ଯାକେଜ ଟୁର ବସ ଆସିବ  ।   କୋଣାର୍କ ମହୋତ୍ସବ  ଓ ବାଲୁକା କଳା ଉତ୍ସବ ଦେଖାଇ ଫେରିବାର ସୁ ର୍ବ୍ୟବସ୍ଥା କରାଯାଇଛି  ।   ଓଡିଶା ରେ   ବିଶ୍ଵ କପ ହକି ହେଉଥିବାରୁ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ର କଳାସଂସ୍କୃତି ,  ଆର୍ଟ କଲେଜ ଛାତ୍ର ଛାତ୍ରୀ ଓ ପର୍ଯ୍ୟଟନ ବିଭାଗ କରିବ  ବୋଲି ଜଣାପଡିଛି ।

ନିମାପଡାରୁ ଜୟନ୍ତ କୁମାର ସେଠୀ

Konark festival

Blog Archive

Popular Posts