ବାଲିଗୁଡା ଏନ୍ଏସିର ସଫେଇ କର୍ମଚାରୀ ଦୁଇଦଫା ଦାବୀରେ ଧର୍ମଘଟ କଲେ
ବାଲିଗୁଡା /କନ୍ଧମାଳ----ବାଲିଗୁଡା ବିଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରି ମାନେ ଦୁଇଦଫା ଦାବୀନେଇ ଅନିଦ୍ଦିଷ୍ଠ କାଳପଯ୍ୟନ୍ତ ଧର୍ମଘଟରେ ଏନ୍ଏସି ଅଫିସ ପାଖରେ ବସିଛନ୍ତି । ସଫେଇ କର୍ମଚାରିମାନେ ଦୁଇଦିନ ହେଲା ଧର୍ମଘଟରେ ବସିଥିବାରୁ ଏପଟେ ପ୍ରତ୍ୟେକ ଗଳି,କନ୍ଦି ମାନଙ୍କରେ କୁଢ,କୁଢ ମଇଳା, ଆର୍ବଜନା ଗଦା ହୋଇ ପୂତ୍ତଗନ୍ଧମୟ ପରିବେଶ ସୃଷ୍ଟି ହୋଉଛି । ସହର ସାରା ମଇଳା ପଡିଥିବାରୁ ଲୋକମାନେ ନାହିଁନଥିବା ହଇରାଣ ହରକତ ହୋଉଛନ୍ତି । ସଫେଇ କର୍ମଚାରିମାନେ ଇପିଏଫ୍ ଟଙ୍କା ହଡପ ନାମରେ ଫେରସ୍ତ କର,ସଫେଇ କର୍ମଚାରି ଘୃଣ୍ୟ ନୁହେଁ,ସଫେଇ କର୍ମଚାରିକୁ ଆଶୁ ଚିକିତ୍ସା ସୁବିଧା,ଇତ୍ୟାଦି ଦାବୀ ପୂର୍ଣ୍ଣ ନ ହେବା ପର୍ଯ୍ଯନ୍ତ ଅନିଦିଷ୍ଟ କାଳ ପଯ୍ୟନ୍ତ ଧର୍ମଘଟ କରିବେ ବୋଲି କହିଛନ୍ତି ।ଦୁଇଦିନ ବସିରହିଥିଲେ ମଧ୍ୟ ବତ୍ତମାନ ସୁଧା ଏହାର ସମାଧାନ ପାଇଁ ଧର୍ମଘଟ ସ୍ଥଳକୁ କୈଣସି ଉଚ୍ଚ ପଦସ୍ଥ ଅଧିକାରୀ ଆସିନଥିବା ଜଣାପଡିଛି । ତୂରନ୍ତ ଏମାନଙ୍କ ଦାବୀ ପୁରଣ କରିବା ପାଇଁ ଅଞ୍ଚଳ ବାସୀମାନେ ଦାବୀ--- କରିଛନ୍ତି । ନଚେତ ଆଗାମି ଦିନରେ ସଫେଇ କର୍ମଚାରିଙ୍କ ସହ ବିଭିନ୍ନ ସଂଗଠନ ସାମିଲ ହେବ ବୋଲୀ ଜଣାପଡିଛି ।
ବାଲିଗୁଡାରୁ--ବନବାସି ପ୍ରଧାନ ଓ କନ୍ଧମାଳରୁ –--ମନୋଜ ପଣ୍ଡା
Baliguda Anacer safeai kamachsri 2 dafa dabiera dharana