Breaking News

ଦ୍ବିତୀୟ ପର୍ଯ୍ଯାୟ ମହିଳା ଗୋଷ୍ଠୀଙ୍କୁ ତାଲିମ ଶିବିର

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ରଙ୍ଗଣିସାହି ଅଙ୍ଗନୱାଡି କେନ୍ଦ୍ର ପରିସରରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ନୂତନ ସ୍ୱଂୟ ସହାୟକ ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଗୋଷ୍ଠୀର ହିସାବ, ସଭା ଖାତା, ବ୍ୟାଙ୍କ ସହିତ ଜଡିତ ଆଦି ସମ୍ପର୍କରେ ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ମିତା ନାଗ ଓ ଅଙ୍ଗନୱାଡି କର୍ମୀ ବିଶ୍ୱଜିତା ଦେବୀ ତାଲିମ ପ୍ରଦାନ କରିଥିଲେ  । ମା ମହାଲକ୍ଷ୍ମୀ ଓ ମା ମଙ୍ଗଳା ମହିଳା ଗୋଷ୍ଠୀର ୨୦ ଜଣ ଯୁବତୀ ଓ ମହିଳା ଏହି ତାଲିମ ଶିବିରରେ ଯୋଗଦେଇ ବିଭିନ୍ନ ବିସୟରେ ପଚାରି ବୁଝିଥିଲେ  । ଅଙ୍ଗନୱାଡି କେନ୍ଦ୍ରର ସହାୟିକା ପ୍ରଭାତୀ ସାହୁ ସହଯୋଗ କରିଥିଲେ  । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Mhaila talimi sibiera

Blog Archive

Popular Posts